ଭାରତ

‘କରୋନା ଏବେ ବି ବିଶ୍ୱସ୍ୱାସ୍ଥ୍ୟ ପ୍ରତି ବିପଦ’ : ଡବ୍ଲୁଏଚଓ 

(ଦିଲ୍ଲୀ):  ଦୀର୍ଘ ତିନିବର୍ଷ ହେଲା ସମଗ୍ର ବିଶ୍ବରେ ନିଜର ଆସ୍ଥା ମଚାଇଛି । ଆତଙ୍କ ଖେଳାଇଥିବା କୋଭିଡ୍ ମହାମାରୀ ଆଉ ବିଶ୍ବ ପାଇଁ ସ୍ବାସ୍ଥ୍ୟ ସଂକଟ ହୋଇ ରହିନାହିଁ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଘୋଷଣା କରିଛି ଯେ  କୋଭିଡ୍  ଆଉ ‘ଗ୍ଲୋବାଲ ହେଲଥ୍ ଏମର୍ଜେନ୍ସି’ ନୁହେଁ ।

ହୁ ମହାନିର୍ଦ୍ଦେଶକଙ୍କ କହିବାନୁଯାୟୀ , ‘‘ଗତକାଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଜରୁରୀକାଳୀନ କମିଟି ୧୫ତମ ଥର ପାଇଁ ବୈଠକ କରିଥିଲା । ଏଥିରେ କୋଭିଡ୍୧୯କୁ ବିଶ୍ୱରେ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ପରିସର ବାହାରେ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ମୁଁ କମିଟିର ପରାମର୍ଶକୁ ଗ୍ରହଣ କରିଛି।’’ତେବେ କରୋନା ଏବେ ବି ବିଶ୍ୱସ୍ୱାସ୍ଥ୍ୟ ପ୍ରତି ବିପଦ ବୋଲି ଡବ୍ଲୁଏଚଓ ସ୍ପଷ୍ଟ କରିଛି ।

 

ଦେଶରେ କୋଭିଡ୍୧୯ଜନିତ ମୃତ୍ୟୁସଂଖ୍ୟା ୫,୩୧,୬୪୨କୁ ବୃଦ୍ଧି ପାଇଛି  ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୩,୯୯,୪୧୫।

 

Related posts

ସୁପ୍ରିମକୋର୍ଟଙ୍କୁ ୧୪ ପ୍ରଶ୍ନ ପଚାରିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

mahabharatanews

ବକ୍ସ ଅଫିସରେ ରେକର୍ଡ କରୁଛି କାଶ୍ମୀର ଫାଇଲ୍ସ,

mahabharatanews

ଆଜି ଗଗନୟାନ ପରୀକ୍ଷଣ 

mahabharatanews