ଓଡିଶା

ପାଣି ଉଠାଉବାବେଳେ କାଉଡିଆ ନିଖୋଜ

ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଆଳୁ ରେଙ୍ଗାଳି ବାମ କେନାଲରୁ ପାଣି ଉଠାଉଥିବାବେଳେ ଜଣେ କାଉଡିଆ ନିଖୋଜ ହୋଇଯାଇଛନ୍ତି। ନିଖୋଜ କାଉଡିଆ ଜଣକ ତାଳଚେର ଆଇଟିଆଇ ଛକ ଅଞ୍ଚଳର ମହେଶ୍ୱର ବାରିକ ବୋଲି ଜଣାପଡିଛି। ସୂଚନା ମୁତାବକ ସୋମବାର ସକାଳେ ଦୁଇ ଜଣ କାଉଡିଆ ଏକ ବାଇକରେ ଅଷ୍ଟଶମ୍ଭୁ ମନ୍ଦିରକୁ ଜଳ ଲାଗି ପାଇଁ କୁଆଳୁ ରେଙ୍ଗାଳି ବାମ କେନାଲରୁ ପାଣି ଉଠାଉଥିବାବେଳେ, ଅସାବଧାନତା କାରଣରୁ ଦୁଇ ଜଣ ଯାକ କେନାଲରେ ଭାସି ଯାଇଥିଲେ। ତେବେ ସ୍ଥାନୀୟ ଲୋକ ଜଣେ କାଉଡିଆଙ୍କୁ ଉଦ୍ଧାର କରିଥିବାବେଳେ, ମହେଶ୍ୱର ଭାସି ଯାଇଥିଲେ। ଏ ନେଇ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ, ଖବର ପାଇ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ପହଞ୍ଚି ନିଖୋଜ କାଉଡିଆଙ୍କୁ ଖୋଜା ଖୋଜି ଜାରି ରଖିଛନ୍ତି।

Related posts

ଆଜିଠାରୁ ଆରମ୍ଭ ସ୍ବତନ୍ତ୍ର ଓଜେଇଇ

mahabharatanews

 ଖରାରୁ ସାମାନ୍ୟ ଆଶ୍ୱସ୍ତି 

mahabharatanews

ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ ହେଲେ କୃଷି ସଚିବ ଅରବିନ୍ଦ ପାଢ଼ୀ 

mahabharatanews