ଓଡିଶା

ମଣିଷ ଖିଆ କୁମ୍ଭୀରର ଉତ୍ପାତ: ପୁଣି ଟାଣିନେଲା ଜଣଙ୍କୁ  

(କେନ୍ଦ୍ରାପଡା) : ଥମିବାର ନାଁ ନେଉନି ମଣିଷ ଖିଆ କୁମ୍ଭୀରର ଉତ୍ପାତ । ଏବେ ବି ବ୍ରାହ୍ମଣୀ ନଦୀରେ ଆତଙ୍କ ଖେଳାଉଛି  । ନଦୀରୁ ବାରମ୍ବାର ଲୋକଙ୍କୁ ଟାଣି ନେଉଛି । ଆଜି ଭୋର ସମୟରେ ପୁଣି ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।  ଗତ ୧୬ ଦିନ ମଧ୍ୟରେ କେନ୍ଦ୍ରାପଡ଼ାର ବ୍ରାହ୍ମଣୀ ନଦୀରେ ତିନି ଜଣଙ୍କୁ ଟାଣଇନେଲାଣି କୁମ୍ଭୀର ।

 ସୂଚନାନୁସାରେ, ଆଜି ଭୋର ସମୟରେ ଘାଗରାଡିହା ଗାଁର ଗଙ୍ଗାଧର ତରାଇ ଶୌଚ ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିବା ବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା । ଗଙ୍ଗାଧରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିପାରିନି । ତାଙ୍କୁ ଉଦ୍ଧାର ଲାଗି ଅଗ୍ନିଶମ କର୍ମଚାରୀମାନେ ଖୋଜାଖୋଜି କରୁଛନ୍ତି ।

Related posts

୧୦୫ ଲିଟର ମହୁଲି ମଦ ଜବତ, ୨ ଗିରଫ

mahabharatanews

୧୨ ଘଣ୍ଟିଆ  ବନ୍ଦ ପାଳନ 

mahabharatanews

ପିଏମ ହାଇସ୍କୁଲରେ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ୩୫ ତମ ଶ୍ରାଦ୍ଧ ବାର୍ଷିକ ପାଳିତ

mahabharatanews