ଭାରତ

ଘର କାନ୍ଥରେ ଶୋଇଛି ମହାବଳ

(ଉତ୍ତରପ୍ରଦେଶ) : soichi mahabal ଉତ୍ତରପ୍ରଦେଶର ପିଲିଭିତ ସ୍ଥିତ ବ୍ୟାଘ୍ର ଅଭୟାରଣ୍ୟରୁ ଏକ ବାଘ ରାତି ପ୍ରାୟ ୨ଟାବେଳେ ଆଟକୋନା ଗାଁକୁ ପ୍ରବେଶ କରିଥିଲା। ଏହା ଏକ ଗୁରୁଦ୍ୱାରାର ପାଚେରି ଉପରେ ଯାଇ ବସିଥିଲା। ବନ ବିଭାଗ ଖବର ପାଇ ଦେବା ପରେ ସେମାନେ ଜାଲ ସାହାଯ୍ୟରେ ସୁରକ୍ଷା କରିଥିଲେ। ଏହାକୁ ଦେଖିବା ପାଇଁ ଲୋକମାନେ ମଧ୍ୟ ଭିଡ଼ ଜମାଇଛନ୍ତି।

ସୂଚନାନୁଯାୟୀ , ଏହି ବାଘର ଝଲକ ଦେଖିବା ପାଇଁ ଅନେକ ଲୋକ ଗୁରୁଦ୍ୱାରା ନିକଟରେ ଥିବା ଘରର ଛାତ ଉପରକୁ ଚଢ଼ିଯାଇଥିବା ବେଳେ ଆଉ କେତେଜଣ ସୁରକ୍ଷା ଜାଲ ପଛରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଡିସେମ୍ବର ୨୬ରେ ସେୟାର ହେବା ପରେ ଏହାକୁ ୧.୧ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।

Related posts

” ବିଜେପି ନିଜର ଲାଞ୍ଜ କାମୁଡୁଛି” :ମମତା ଦି  

mahabharatanews

ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି : ସୁପ୍ରିମକୋର୍ଟଙ୍କ ରାୟ ପରେ ବିଦା ହେଲେ ସେବା ସଚିବ ଆଶିଷ ମୋରେ

mahabharatanews

ମୁମ୍ବାଇ ଇଣ୍ଡିଆନ୍ସ ରୁ ଆଉଟ ହେବେ କି ପୋଲାର୍ଡ !

mahabharatanews