ଭାରତ

ଘନ କୁହୁଡ଼ି; ବିଳମ୍ବରେ ୩୦ଟି ବିମାନ

(ଦିଲ୍ଲୀ) : ତୃତୀୟ ଦିନ ପାଇଁ ଜାତୀୟ ରାଜଧାନୀରେ ଘନ କୁହୁଡ଼ି ଲାଗି ରହିଥିବାରୁ ଦିଲ୍ଲୀ ବିମାନବନ୍ଦର ଯାତ୍ରୀମାନଙ୍କୁ ବିମାନ ବିଳମ୍ବ ନେଇ ସତର୍କ କରାଇଦେଇଛି। ପ୍ରାୟ ୩୦ଟି ବିମାନ ଆସିବା ଓ ପ୍ରସ୍ଥାନରେ ବିଳମ୍ବ ହେଉଥିବା ବେଳେ ଜୟପୁରକୁ ୧୧ଟି ଏବଂ ଲକ୍ଷ୍ନୌକୁ ଗୋଟିଏ ବିମାନ ଡାଇଭର୍ଟ କରାଯାଇଛି।

ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ଯାତ୍ରୀଙ୍କ ପାଇଁ ଏକ ଆଡଭାଇଜରି ଜାରି କରି କୁହାଯାଇଛି ଯେ ବିମାନବନ୍ଦରରେ ଅବତରଣ ଓ ଉଡ଼ାଣ ଜାରି ରହିଥିବା ବେଳେ ସିଏଟି-୩ ସୁବିଧା ନ ଥିବା ବିମାନଗୁଡ଼ିକ ପ୍ରଭାବିତ ହୋଇପାରେ। ସିଏଟି-୩ ଯନ୍ତ୍ର ହେଉଛି ଏକ ଆଣ୍ଟି-ଫଗ୍ ଲ୍ୟାଣ୍ଡିଂ ସିଷ୍ଟମ୍ ଯାହା ଖରାପ ଦୃଶ୍ୟମାନତା ସମୟରେ ବ୍ୟବହାର କରାଯାଏ। ବିମାନର ଅପଡେଟ୍ ସୂଚନା ପାଇଁ ସଂପୃକ୍ତ ଏୟାର୍‌ଲାଇନ୍ସ ସହ ଯୋଗାଯୋଗ କରିବାକୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି।

Related posts

ଫେରିଲା ୟୁକ୍ରେନରେ ପ୍ରାଣ ହରାଇଥିବା ମେଡିକାଲ ଛାତ୍ରଙ୍କ ମୃତ ଶରୀର, ଶେଷ ଦର୍ଶନ ପରେ କରାଯିବ ମୃତଦେହକୁ ଦାନ

mahabharatanews

ଦିଲ୍ଲୀ ରାଜ ରାସ୍ତାରେ ଗଡିବ ୧୦ ହଜାର ଇ-ବସ୍

mahabharatanews

ପ୍ରଥମ କକ୍ଷ ପରିବର୍ତ୍ତନ କଲା ଆଦିତ୍ୟ L

mahabharatanews