ଓଡିଶା

କଲ୍ୟାଣସିଂହପୁରରେ ସିଆରପିଏଫ ଯବାନଙ୍କ ଜନସମ୍ପର୍କ ମେଳା

(ମହାଭାରତ, ରାୟଗଡା): ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ଶିଙ୍ଗାରି ପଞ୍ଚାୟତର କରଞ୍ଜା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୪ର୍ଥ ସିଆରପିଏଫ ବାଟାଲିଅନ ପକ୍ଷରୁ ଜନସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡା ସିଆରପିଏଫ ଡିଆଇଜି ଏସ ଡି ପାଣ୍ଡେ ଯୋଗ ଦେଇଥିଲେ । ସାଧାରଣ ଜନତା ସିଆରପିଏଫ ଯବାନମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ସହ ମାଓବାଦୀଙ୍କ ଦମନରେ ଯବାନମାନଙ୍କୁ ସହଯୋଗ କରିବା ଓ ସମାଜର ଅଗ୍ରଗତିରେ ସାମିଲ ହେବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ କଲ୍ୟାଣସିଂପୁର ବ୍ଲକ ଅଧିନରେ ଥିବା ଗାଁର ଚାଷୀଙ୍କୁ ଉନ୍ନତମାନର ବିହନ ପ୍ରଦାନ କରାଯାଇଥିଲା । ବ୍ଲକ ଅଧିନରେ ଥିବା ସ୍କୁଲ ଓ କଲେଜଗୁଡିକୁ ପାଣି ପାଇଁ ସିଣ୍ଟେକ୍ସ ଟ୍ୟାଙ୍କ ସହ ପାଠ୍ୟ ଉପକରଣ ଯୋଗାଇ ଦିଆଯାଇଥିଲା । ଏହାଛଡା ବ୍ଲକ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ମନ୍ଦିର, ଚର୍ଚ୍ଚ ଆଦିକୁ ପାଣି ଟ୍ୟାଙ୍କ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କଲ୍ୟାଣସିଂପୁର ୪ର୍ଥ ବାଟାଲିଅନର ଯବାନମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଉକ୍ତ ଅଞ୍ଚଳ ମାଓପ୍ରବଣ ହୋଇଥିବାରୁ କାର୍ଯ୍ୟକ୍ରମ ବେଳେ ସେଠାରେ ସିଆରପିଏଫ ଯବାନମାନଙ୍କ ଛାଡଣୀ ଦେଖିବାକୁ ମିଳିଥିଲା ।

Related posts

ମହା ଆଡମ୍ବରରେ ପାଳନ ହେଲା ପର୍ତ୍ତମାହା ମା ମେରୀଙ୍କ ପର୍ବ

mahabharatanews

ରାଇରଙ୍ଗପୁର ସହରରେ ତୃତୀୟ ଦିନର ଲକ ଡାଉନର ଅବସ୍ଥା

mahabharatanews

ସରକାରୀ ଉଦ୍ୟୋଗ ଗୁଡିକର ଘରୋଇକରଣ ନିମନ୍ତେ କୌଣସି ପ୍ରସ୍ତାବ ହସ୍ତଗତ ହୋଇନାହିଁ

mahabharatanews