ଭଦ୍ରକ: ରାଜ୍ୟ ସରକାରଙ୍କ ପକ୍ଷରୁ ଭଦ୍ରକରେ ୩୦୦ ଶଯ୍ୟା ବିଶିଷ୍ଟ ୭ ତାଲା ମେହିକାଲର ଘୋଷଣା ପରେ ମଧ୍ୟ ଥମୁନାହିଁ ମେଡିକାଲ କଲେଜକୁ ନେଇ ଦାବି । ୧୯୯୫ ମସିହାରୁ ଜିଲ୍ଲା ଉନ୍ନୟନ ସଂଘର୍ଷ ସମିତି ବିଭିନ୍ନ ଢଙ୍ଗରେ ଆନ୍ଦୋଳନ କରି ଆସୁଛି ଓ ପୁଣି ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ସୂଚନା ମିଳିଛି ।
ସମିତି ପକ୍ଷରୁ ରାଜେଶ ପଣ୍ଡାଙ୍କ ଆବାହକତ୍ୱରେ ଜିଲ୍ଲା ବାର ଆସୋସିଏସନ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛୁ । ବରିଷ୍ଠ ଆଇନଜୀବୀ ନିରାକାର ଜେନାଙ୍କ ସଭାପତିତ୍ୱରେ ସଂଗଠକ ଆଇନଜୀବୀ ଗିରିଧାରୀ ନାଥ, ଶ୍ରମିକ ନେତା ଦିବ୍ୟ ସିଂହ ନାୟକ ପ୍ରମୁଖ ଯୋଗଦେଇ ପୂର୍ବରୁ ସମିତି ପକ୍ଷରୁ ମେଡିକାଲ କଲେଜ ଦାବିକୁ ନେଇ ଆନ୍ଦୋଳନର କାର୍ଯ୍ୟଧାରା ସମ୍ପର୍କରେ ମତ ରଖିଥିଲେ । ଏବେ କେନ୍ଦ୍ର ସରକାର ଆମ ଦେଶରେ ୭୫ ଟି ମେଡିକାଲ କଳେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ଭଦ୍ରକବାସୀଙ୍କ ଦାବିକୁ ଅଣଦେଖା କରିଚାଲିଛନ୍ତି । ନିଜର ଦାବିକୁ ଗଣତାନ୍ତ୍ରିତ ପ୍ରକ୍ରିୟାରେ ସରକାରଙ୍କ ଠାରୁ ଆଦାୟ କରିବା ପାଇଁ ଅ।।ନ୍ଦୋଳନ ହିଁ ଏକମାତ୍ର ପନ୍ଥା । ଏହି ପରିପ୍ରେକ୍ଷିରେ ଭଦ୍ରକର ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ସହଯୋଗରେ ନେତୃତ୍ୱ ଗ୍ରହଣର କରି ଜନଗଣଙ୍କ ଦାବିକୁ ସରକାଙ୍କ ପାଖରେ ଉପସ୍ଥାପନ କରିବ।।କୁ ଆହ୍ୱାନ ହେଇଥିଲେ ।
previous post