ଓଡିଶା

ଅନଲାଇନରେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଶଣ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ପବିତ୍ର ରଥଯାତ୍ରା ଅବସରରେ ପୌରାଂଚଳର ସାଂସ୍କୃତିକ ଅନୁଷ୍ଠାନ ‘ନୃତ୍ୟମ’ ପକ୍ଷରୁ ଜନସାଧାରଣଙ୍କ ମନୋରଞ୍ଜନ ନିମନ୍ତେ ଏକ ଅଭିନବ ପ୍ରୟାସ କରାଯାଇଛି । ଗତ ମଙ୍ଗଳବାର ଅନୁଷ୍ଠାନ ପକ୍ଷରୁ ଅନଲାଇନରେ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ କୁନି କୁନି କଳାକାର ଓଡ଼ିଶୀ, ଭଜନ ଓ ଲୋକକଳାକୁ ନେଇ ନୃତ୍ୟ ପରିବେଷଣ କରିଥିଲେ। ସ୍ଥାନୀୟ ଅଂଚଳର ସୁନାମଧନ୍ୟ କଣ୍ଠଶିଳ୍ପୀ ସଚ୍ଚିକାନ୍ତ ମିଶ୍ର ଭଜନ ପରିବେଷଣ କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ରଙ୍କ ତତ୍ୱାବଧାନରେ ଆୟୋଜିତ ଅନଲାଇନ କାର୍ୟ୍ୟକ୍ରମକୁ ରଞ୍ଜନ କୁମାର ସାହୁ ସଂଯୋଜନା କରିଥିଲେ । ଅନଲାଇନରେ ସାଂସ୍କୃତିକ ପରିବେଶଣ ପାଇଁ ଅନୁଷ୍ଠାନର ଏଭଳି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯଇଛି । ଏହି କାର୍ୟ୍ୟକ୍ରମକୁ ଅନୁଷ୍ଠାନର ଶ୍ରୀନୁ ପାତ୍ର, ପ୍ରଭାତ ମହାରଣା, ଗୋପାଳ ପ୍ରମୁଖ ପରିଚାଳନାରେ କରିଥିଲେ ।

Related posts

ଆଉ ୩ ଜଣଙ୍କ ମୁଣ୍ଡ ନେଲା କରୋନା, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭୭ରେ ପହଞ୍ଚିଲା

mahabharatanews

ଘନେଇବାରେ ଲାଗିଛି ଡେଙ୍ଗୁ ଆତଙ୍କ , ୟୁନିଟ-୩ ପାଲଟିଛି ହଟସ୍ପଟ୍

mahabharatanews

ସୁପ୍ରିମ କୋର୍ଟଙ୍କ ରାୟ ପରେ ମୁଖ୍ୟମନ୍ତ୍ରୀ କଲେ ଟ୍ୱିଟ୍ “ତୁମ ଇଛା ବିନା ପତ୍ରଟେ ହଲେନି “

mahabharatanews