ଓଡିଶା

ଘନେଇବାରେ ଲାଗିଛି ଡେଙ୍ଗୁ ଆତଙ୍କ , ୟୁନିଟ-୩ ପାଲଟିଛି ହଟସ୍ପଟ୍

(ଭୁବନେଶ୍ୱର) : ଦିନକୁ ଦିନ ଅଧିକ ଶକ୍ତିଶାଳୀ ହୋଇଉଠୁଛି ଡେଙ୍ଗୁ । ଗୋଟିଏ ପରେ ଗୋଟିଏ ଅଞ୍ଚଳରେ ନିଜର ସ୍ଥିତି କାୟମ ରଖିଛି ଡେଙ୍ଗୁ  । ଟ୍ୱିନ୍ ସିଟି ସମେତ ଅନ୍ୟ କେତେକ ଅଞ୍ଚଳରେ ବି ବଢିବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଏଯାଏଁ ଡେଙ୍ଗୁରେ ଦେଢଶହ ଜଣ ଆକ୍ରାନ୍ତ ହୋଇଥିବା ବେଳେ  ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ବେଶୀ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହା ସହ ଡେଙ୍ଗୁର ହଟସ୍ପଟ୍ ପାଲଟିଛି ରାଜଧାନୀ ଭୁବନେଶ୍ୱର ୟୁନିଟ-୩  ସ୍ଥିତ ରାଜ୍ୟ ହାଉସିଂ ବୋର୍ଡ ଅଫିସର ପାର୍କିଂ ସ୍ଥଳ ।

ସୂଚନାନୁଯାୟୀ , ଏହା ବ୍ୟତୀତ ରାଜଧାନୀର ଭିଭିଆଇପି ଅଞ୍ଚଳ ନୟାପଲ୍ଲୀର ଆଇଆରସି ଭିଲେଜ, ସାଲିଆସାହି ବସ୍ତି, ପୋଖରୀପୁଟ, ୟୁନିଟ -9, ୟୁନିଟ-୩ ଓ ଜୟଦେବ ବିହାର ଅଞ୍ଚଳ ପାଲଟିଛି ଡେଙ୍ଗୁ ହଟସ୍ପଟ୍ । ଲୋକଙ୍କୁ ସଚେତନ କରିବା ସହ ପ୍ରତି ଗୁରୁବାର ଓ ଶନିବାର ଡ୍ରାଏ ଡେ ପାଳନ କରୁଛି ବିଏମସି । ହେଲେ କମିବାର ନାଁ ନେଉନି ଆକ୍ରାନ୍ତଙ୍କ ସଂଖ୍ୟା ।

Related posts

ଭିଜିଲାନ୍ସ ଜାଲରେ ୨ କନିଷ୍ଠ କିରାଣି 

mahabharatanews

ବଢୁଛି ତାତି; ତାଳଚେରରେ ସର୍ବାଧିକ ତାପମାତ୍ରା ରେକର୍ଡ 

mahabharatanews

ଏହି କାରଣରୁ ୪ ସୋମବାରରେ ହିଁ କାଉଡ଼ିଆ କରିପାରିବେ ଜଳଲାଗି   

mahabharatanews