ପୁଳା ପୁଳା ବିଦେଶୀ ସିଗାରେଟ୍ ଜବତ କଲା କଷ୍ଟମସ୍ ବିଭାଗ । ଭୁବନେଶ୍ୱର ବିମାନବନ୍ଦରରୁ ୧୦ ଲକ୍ଷ ଟଙ୍କାର ଦାମୀ ସିଗାରେଟ୍ ଜବତ ହୋଇଛି । ଏହାସହ ୫ ଜଣଙ୍କୁ ଅଟକ ରଖି ଜେରା କରୁଛି କଷ୍ଟମ ବିଭାଗ । ଦୁବାଇରୁ ଭୁବନେଶ୍ବର ଆସିଥିବା ବିମାନର ଜଣ ଯାତ୍ରୀଙ୍କ ଠାରୁ ପୁଳା ପୁଳା ବିଦେଶୀ ସିଗାରେଟ୍ ଠାବ ହୋଇଛି ।
/odishatv/media/media_files/2026/01/06/dri-seizes-illegal-foreign-cigarettes-at-bhubaneswar-airport-8-detained-2026-01-06-12-53-34.jpg)
ଦୁବାଇରୁ ବ୍ୟାଗ ଭର୍ତ୍ତି କରି ବିଦେଶୀ ସିଗାରେଟ ଆଣୁଥିବା ଉତ୍ତରପ୍ରଦେଶ ରାମପୁରର ୫ ଜଣକୁ ଅଟକ ରଖି ପଚରା ଉଚରା କରୁଛି ଡିଆରଆଇ । ସେମାନଙ୍କ ଠାରୁ ୨ଟି ଆଇଫୋନ୍ ୧୭ ବି ସିଜ ହୋଇଛି । ଏମାନେ ବ୍ଲାକ ମାର୍କେଟିଙ୍ଗ ପାଇଁ ଦୁବାଇରୁ ଭୁବନେଶ୍ୱର କ୍ରମାଗତ ଆସୁଥିବା ନେଇ ତଦନ୍ତ ବେଳେ ଜଣା ପଡିଛି I ଭୁବନେଶ୍ୱର ପହଂଚିବା ପରେ କୋଲକାତାକୁ ବାଏ ରୋଡ଼ ଯିବା ପାଇଁ ପ୍ଲାନ କରିଥିଲେ ଅଭିଯୁକ୍ତ ମାନେ । ମୋଟ ୮ ଜଣ ଦୁବାଇରୁ ଭୁବନେଶ୍ୱର ଆସୁଥିବା ବେଳେ ୫ ଜଣଙ୍କୁ ଅଟକ ରଖାଯାଇଛି । ବାକି ୩ ଜଣକ ଠାରୁ ମଧ୍ୟ ବିପୁଳ ମାତ୍ରାରେ ସିଗାରେଟ ମିଳିଛି । କିନ୍ତୁ ସେଗୁଡିକ ସ୍ବଦେଶୀ ସିଗାରେଟ ହୋଇଥିବାରୁ ସେମାନଙ୍କୁ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ ଓ ଫାଇନ ନଦେବା ପର୍ଯ୍ୟନ୍ତ ତାଙ୍କୁ କଷ୍ଟମ ବିଭାଗ ଅଟକ ରଖିବ ବୋଲି ଜଣାପଡିଛି ।

