ଓଡିଶା

ଆମ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

ହିନ୍ଦୋଳ / ଗୌତମ ମୁଦୁଲି  : ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ବାଉଁଶପୋଖରୀ ପଞ୍ଚାୟତ ଠାରେ ଆଜି ଆମ ଓଡିଶା ନବୀନ ଓଡ଼ିଶା କାର୍ଯକ୍ରମ ମାଧ୍ୟମରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ୨ନମ୍ୱର୍ ଜୋନ ଜିଲ୍ଲାପରିଷଦ ସଭ୍ୟ ସୁମନ୍ତ ଦେହୁରୀ, ବାଉଁଶପୋଖରୀ ସରପଞ୍ଚ ରଞ୍ଜିତ ପ୍ରଧାନ, ନାଏବ ସରପଞ୍ଚ ଘଣ୍ଟି ନାଏକ, କନ୍ତାମିଲା ସରପଞ୍ଚ ସୁନନ୍ଦା ଅମାନ୍ତଙ୍କ ସମେତ ପଞ୍ଚାୟତର ଅନେକ ବୟୋଜ୍ୟେଷ୍ଠ ବ୍ୟକ୍ତି, ସଭ୍ୟ,ସଭ୍ୟା, ଛାତ୍ରଛାତ୍ରୀ,ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ଅବଗତ କରାଯାଇଥିଲା। ବାଉଁଶପୋଖରୀ ପଞ୍ଚାୟତରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ୧୮ଟି ପ୍ରକଳ୍ପ ପାଇଁ ୫୦ ଲକ୍ଷ୍ୟ ଟଙ୍କା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ୧୧୫୮ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ, ୧୦୦୩ ଗରୀବ ପରିବାରକୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ,୬୫୪ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ଏବଂ ୮୪୫ ଗର୍ଭବତୀ ମହିଳାଙ୍କୁ ମମତା ଯୋଜନା ମାଧ୍ୟମରେ ସହାୟତା ରାଶି ଭଳି ଅନେକ ଯୋଜନାରେ ପଞ୍ଚାୟତରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକୁ ଲୋକଲୋଚନକୁ ଅଣାଯାଇଥିଲା। ପଞ୍ଚାୟତରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ତଥା ବାଉଁଶପୋଖରୀ ଠାରେ ଆଡ଼ିବନ୍ଧ ନିର୍ମାଣ, ପଶୁ ଚିକିତ୍ସାଳୟର ଉନ୍ନତିକରଣ, ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର,ବରଡାପାଳ ଠାରେ ହେଇଥିବା ଅମୃତ ସରୋବର, ବାଉଁଶପୋଖରୀ ଗ୍ରା.ପ ସରକାରୀ ଉଚ୍ଚ ବିଦ୍ୟାଳୟର ଉନ୍ନତିକରଣ, ମିଶନଶକ୍ତି ଗୃହ ଏବଂ ଗୋଷ୍ଠୀ ଶୌଚାଳୟ ନିର୍ମାଣ, ଆମ ବ୍ୟାଙ୍କ୍ ଗୃହ ନିର୍ମାଣ, ନୁଆକୋଟ ମଣ୍ଡତଇଲା ଠାରେ ଟ୍ରନଞ୍ଚ ଖନନ ଇତ୍ୟାଦି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବାବଦରେ ଲୋକ ମାନଙ୍କୁ ଅବଗତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସଙ୍ଗୀତ ପରିବେଷଣ ଏବଂ ନାଚ ଗୀତରେ ଦର୍ଶକ ଝୁମିବା ସହିତ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରଯାଇଥିଲା।

Related posts

ଆଜି ପାରାଦୀପ ଆଧୁନିକୀକରଣ ପ୍ରକଳ୍ପର ଶିଳାନ୍ୟାସ 

mahabharatanews

ସରପଞ୍ଚ- ବିଡିଓ ମୁହାଁମୁହିଁ

mahabharatanews

ଝାରସୁଗୁଡ଼ା ଉପନିର୍ବାଚନ ମଇଦାନରେ ଲଢ଼ିବେ ୯ ଜଣ ପ୍ରାର୍ଥୀ

mahabharatanews