ଭାରତ

ବାତ୍ୟା ‘ମୋକା’ : ୧୦୦ରୁ ଅଧିକ ଲୋକ ନିଖୋଜ

(ମିଆଁମାର) :  ମିଆଁମାର ଉପକୂଳରେ ଲ୍ୟାଣ୍ତଫଲ କଲା ସାମୁଦ୍ରିକ ବାତ୍ୟା ‘ମୋକା’  ।  ଯାହା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏବେ ସୁଦ୍ଧା ବାତ୍ୟାରେ ଗଲାଣି ୮୧ ଜଣଙ୍କ ଜୀବନ ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢି ପାରେ ବୋଲି ଆଶଙ୍କା କରାଯାଉଛି ।

ସୂଚନାନୁଯାୟୀ , କୋକ୍ସ ବଜାରରେ ୧୦ ହଜାରରୁ ଅଧିକ ଘର ନଷ୍ଟ ହୋଇଛି । ଅନେକ ବିଦ୍ୟୁତ୍ ଖୁଣ୍ଟ ଉପୁ଼ଡିବା ସହ ଗଛ ପଡି ରାସ୍ତା ଅବରୋଧ ହୋଇଛି । ବାଂଲାଦେଶ ଓ ମିଆଁମାର ଉପକୂଳରେ ମାଡ଼ ହୋଇଥିଲା ଭୀଷଣ ସାମୁଦ୍ରିକ ଝଡ଼ । ଲ୍ୟାଣ୍ତଫଲ ସମୟରେ ପବନର ବେଗ ୨୦୦ କିମି ଥିବାରୁ ଅଧିକ କ୍ଷୟକ୍ଷତି ହୋଇଛି । ମୋକା ପ୍ରଭାବରେ ୮୧ ଜଣଙ୍କର ମୃତ୍ୟୁ ଘଟିଛି । ବହୁ ପୁରାତମ ଧାର୍ମିକ ପୀଠ ଭୁଶୁ଼ଡି ପଡିବା ସହ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ମିଆଁମାର ବାତ୍ୟା ‘ମୋକା’ ଦୁର୍ବଳ ହେବା ପରେ ପ୍ରାୟ ୧୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି ।

Related posts

କଙ୍ଗନାଙ୍କୁ ଚ୍ୟାଲେଞ୍ଜ ଦେଲେ ରାକ୍ଷୀ 

mahabharatanews

‘ହାଫିଜ୍ ତଲାହା ଜଣେ ଆତଙ୍କବାଦୀ ,ବିଜ୍ଞପ୍ତି ଜାରି

mahabharatanews

ଏୟାର ଇଣ୍ଡିଆ ବିମାନରେ ଅଧିକାରୀଙ୍କୁ ଶକ୍ତ ଚାପୁଡ଼ା ମାରିଲେ ଯାତ୍ରୀ

mahabharatanews