ଭାରତ

‘ସିବିଆଇ’ ଅଫିସ୍‌ରେ ପହଞ୍ଚିଲେ ମମତାଙ୍କ ପୁତୁରା

(କୋଲକତା):  ସ୍କୁଲ୍‌ ଚାକିରି ଦୁର୍ନୀତି ମାମଲାରେ ‘ତୃଣମୂଳ କଂଗ୍ରେସ’ ସାଂସଦ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଆଜି ସକାଳେ କୋଲ୍‌କାତାସ୍ଥିତ ‘ସିବିଆଇ’ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଅଭିଷେକଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଇ ସେ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ସୂଚନାନୁଯାୟୀ ,‘ସିବିଆଇ’ କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ତାଙ୍କୁ ମେ ୧୯ ତାରିଖ ଦିନ ନୋଟିସ୍‌ ଦିଆଯାଇଥିଲା। ଯଦି ସେ ଦୁର୍ନୀତି କରିଛନ୍ତି ବୋଲି ପ୍ରମାଣ ଅଛି ତାଙ୍କୁ ଗିରଫ କରାଯାଉ ବୋଲି ପୂର୍ବରୁ ବାନାର୍ଜୀ ‘ସିବିଆଇ’କୁ ଆହ୍ବାନ ଦେଇଥିଲେ।

Related posts

ସାତକୋଶିଆ ରେଞ୍ଜ ଅଞ୍ଚଳ ରେ ୫ ଗୋରୁ କୁ ମାରିଲା ବାଘ

mahabharatanews

ନଦୀଗର୍ଭକୁ ଖସିପଡିଲା ଯାତ୍ରୀବାହୀ ବସ

mahabharatanews

୨୫ ହଜାର ଗାଁକୁ ପକ୍କା ରାସ୍ତା ନିର୍ମାଣ

mahabharatanews