(ରାଉଲକେଲା) : ଥମୁନି ଗତ ୧୧ ତାରିଖରୁ ରାଉରକେଲାରେ ବ୍ୟାପିଥିବା ଡାଇରିଆ । ସଂକ୍ରମଣ ରୋକିବାକୁ ଉଭୟ ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟବିଭାଗ ଉଦ୍ୟମ ଜାରି ରଖିଛନ୍ତି। ମଙ୍ଗଳବାର ବନ୍ଧମୁଣ୍ଡା ତିଲକନଗରର ୮ ବର୍ଷର ଶିଶୁକନ୍ୟା ଅଞ୍ଜଳି ଶୁଣ୍ଢିଙ୍କର ମୃତ୍ୟୁ ହୋଇଛି। ଆଜିକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି।
ସୂଚନାନୁଯାୟୀ , ଏପର୍ଯ୍ୟନ୍ତ ରାଉରକେଲା ଓ ଏହାର ଆଖପାଖରେ ୫୮୦ ଜଣ ଡାଇରିଆରେ ଆକ୍ରାନ୍ତ ହେଲେଣି। କେବଳ ରାଉରକେଲା ସହରରେ ୪୨୯, ବିଭିନ୍ନ ବ୍ଲକରୁ ୧୧୩ ଜଣ ଡାଇରିଆ ରୋଗୀ ଆର୍ଜିଏଚ୍ ଓ ବିଭିନ୍ନ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୨୪୪ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମଙ୍ଗଳବାର ରାତି ବେଳକୁ କେବଳ ଆର୍ଜିଏଚ୍ରେ ୧୫୩ରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି। ଆର୍ଜିଏଚ୍ରୁ ୫ ଗୁରୁତର ରୋଗୀଙ୍କୁ ବୁର୍ଲା, ୪ ଜଣଙ୍କୁ ବେଦବ୍ୟାସସ୍ଥ ଜେପି ହସ୍ପିଟାଲ, ୪ ଜଣଙ୍କୁ ହାଇଟେକ୍ ମେଡ଼ିକାଲ, ୨ ଜଣଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)କୁ ସ୍ଥାନାନ୍ତର କରାଯାଇଛି।