Uncategorized

ଦୀପାବଳିରେ ଶ୍ମଶାନକୁ ଝୋଟିରେ ସଜେଇ ଦୀପଦାନ କରିବାର ରହିଛି ପରମ୍ପରା

ଭୋପାଳ: ଭାରତ ବର୍ଷ ହେଉଛି ବିଭିଦତାର ଦେଶ । ବିଭିନ୍ନ ସମୟରେ ଭିନ୍ନଭିନ୍ନ ପର୍ବ ନାନ ଭାବେରେ ପାଳନ କରାଯାଇଥାଏ । ସେ ମଧ୍ୟରେ ଦୀପାବଳି ଅନ୍ୟତମ । ଆଲୋକ ମାଳାର ଏହି ପର୍ବରେ ଘରେ, ବାହାରେ ଦୀପ ଜାଲି ଆତସବାଜି କରି ପର୍ବଟିକୁ ଜାକଜମକରେ ପାଳନ କରାଯାଇଥିବା ବେଳେ କିନ୍ତୁ ଦେଶରେ ଏମିତି ଏକ ସ୍ଥାନ ରହିଛି, ଯେଉଁଠି ଦୀପାବଳିରେ ଲୋକେ ଶ୍ମଶାନରେ ଦୀପଦାନ କରିବା ସହ ନାଚ ଗୀତ କରିଥାନ୍ତି ।
ଦୀପାବଳି ମୁଖ୍ୟତଃ ପିତୃପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ହୋଇଛି । ଏହି ଦିନରେ ଦେଶର ପ୍ରାୟ ରାଜ୍ୟରେ ଏହି ଦିନରେ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରିବାକୁ, ସେମାନଙ୍କ ସଦଗତି ପାଇଁ ଶ୍ରାଦ୍ଧ ଦିଆଯାଇଥାଏ । ମଧ୍ୟପ୍ରଦେଶର ରତଲମ ଅଞ୍ଚଳରେ ମଧ୍ୟ ଦୀପାବଳି ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ପାଳିତ ହୋଇଥାଏ । କିନ୍ତୁ ଏଥିରେ ଏତିକି ବ୍ୟତିକ୍ରମ କି, ଲୋକେ ଦୀପଦାନ କରିଥାନ୍ତି ଶ୍ମଶାନରେ । ସାଧାରଣତଃ ଶ୍ମଶ।।ନକୁ ମହିଳାଙ୍କ ଯିବା ଉପରେ ବାରଣ ରହିଛି । ହେଲେ ରତଲମ ଅଞ୍ଚଳରେ ଦୀପାବଳି ସଂଧ୍ୟାରେ ମହିଳାମାନେ ଶ୍ମଶାନକୁ ଯାଇ ସେଠାରେ ସୁନ୍ଦର ସୁନ୍ଦର ଝୋଟି ଆଙ୍କନ୍ତି । ସେଠାରେ ସାମୂହିକ ଭାବେ ଦୀପ ଜାଲି ସେହି ଦୀପ ଆଲୁଅରେ ଗୀତ ଗାଆନ୍ତି ଓ ନାଚନ୍ତି ।
ପୂର୍ବରୁ ଏହି ପରମ୍ପରା ନ ଥିଲା । ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଦୀପାବଳିକୁ ଗତ ୧୧ ବର୍ଷ ହେଲା ସେଠାରେ ଏହିପରି ପାଳନ କରାଯାଇ ଆସୁଛି । ପିତୃପୁରୁଷଙ୍କୁ ମନେ ପକାଇ ସେମାନଙ୍କ ସାନିଧ୍ୟ ଲାଭ କରିବାକୁ ସେଠାରେ କିଛି ସମୟ ବିତାଇଥ।।ନ୍ତି । ଏପରି କରିବା ଦ୍ୱାରା ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳିଥିବା ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି ।

Related posts

ଏତିକି ସମ୍ପତ୍ତିର ମାଲିକ ବୁଲା କୁକୁର

mahabharatanews

ଚୀନ ପରେ ଇରାନ ପାଲଟିଛି କୋରୋନାର ନୂତନ କେନ୍ଦ୍ର

mahabharatanews

ଆଦିବାସୀ ଛାତ୍ରୀଙ୍କୁ ସ୍କୁଟି ବାଣ୍ଟିବେ ରାଜସ୍ଥାନ ସରକାର

mahabharatanews