Uncategorized

ଆଦିବାସୀ ଛାତ୍ରୀଙ୍କୁ ସ୍କୁଟି ବାଣ୍ଟିବେ ରାଜସ୍ଥାନ ସରକାର

(ଜୟପୁର): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଝିଅମାନଙ୍କ ଶିକ୍ଷାକୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି । ସେଥିପାଇଁ ରାଜ୍ୟର ଆଦିବାସୀ ଛାତ୍ରୀମାନଙ୍କୁ ସ୍କୁଟି ବିତରଣ କରିବା ପାଇଁ ହୋଇଥିବା ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷରେ ଆଦିବାସୀ ଝିଅମାନଙ୍କୁ ୬ ହଜାର ସ୍କୁଟି ବିତରଣ କରିବା ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ପୂର୍ବରୁ ସ୍କୁଟି ବିତରଣ ସଂଖ୍ୟା ୪ ହଜାର ରହିଥିବା ବେଳେ ଏହାକୁ ପରେ ବଢାଇ ୬ ହଜାର କରାଯାଇଛି । ଦେବନାରାୟଣ ସ୍କୁଲ ସ୍କୁଟି ଯୋଜନାରେ ୧ ହଜାର ୫୦୦ ମେଧାବୀ ଆଦିବାସୀ ଛାତ୍ରୀଙ୍କୁ ସ୍କୁଟି ବଣ୍ଟନ କରାଯିବ । ରାଜ୍ୟରେ ବାଳିକା ଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି ।

Related posts

ଦିନଦୟାଲ ଉପାଧ୍ୟାୟଙ୍କ ପ୍ରତିମୁର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

mahabharatanews

ଦେଶରେ ଦିନକରେ ୯୭ ହଜାର ୮୯୪ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଜେଏନୟୁ ହିଂସା: ହ୍ୱାଟ୍ସଆପ ଗ୍ରୁପ ସଦସ୍ୟଙ୍କ ଫୋନ ଜବତ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

mahabharatanews

Leave a Comment