Uncategorized

ଆଦିବାସୀ ଛାତ୍ରୀଙ୍କୁ ସ୍କୁଟି ବାଣ୍ଟିବେ ରାଜସ୍ଥାନ ସରକାର

(ଜୟପୁର): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଝିଅମାନଙ୍କ ଶିକ୍ଷାକୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି । ସେଥିପାଇଁ ରାଜ୍ୟର ଆଦିବାସୀ ଛାତ୍ରୀମାନଙ୍କୁ ସ୍କୁଟି ବିତରଣ କରିବା ପାଇଁ ହୋଇଥିବା ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷରେ ଆଦିବାସୀ ଝିଅମାନଙ୍କୁ ୬ ହଜାର ସ୍କୁଟି ବିତରଣ କରିବା ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ପୂର୍ବରୁ ସ୍କୁଟି ବିତରଣ ସଂଖ୍ୟା ୪ ହଜାର ରହିଥିବା ବେଳେ ଏହାକୁ ପରେ ବଢାଇ ୬ ହଜାର କରାଯାଇଛି । ଦେବନାରାୟଣ ସ୍କୁଲ ସ୍କୁଟି ଯୋଜନାରେ ୧ ହଜାର ୫୦୦ ମେଧାବୀ ଆଦିବାସୀ ଛାତ୍ରୀଙ୍କୁ ସ୍କୁଟି ବଣ୍ଟନ କରାଯିବ । ରାଜ୍ୟରେ ବାଳିକା ଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି ।

Related posts

ପାଣି ଭିତରେ ଜଙ୍ଗଲ

mahabharatanews

ମଦ ନୀତି ମାମଲା: କେଜରିୱାଲ ଏବଂ ଅନ୍ୟ 23 ଜଣଙ୍କୁ ହାଇକୋର୍ଟଙ୍କ ନୋଟିସ୍

mahabharatanews

ଏପ୍ରିଲ ୩ ପର୍ଯ୍ୟନ୍ତ ଚାଲିବ ବଜେଟ ଅଧିବେଶନ

mahabharatanews