ଅପରାଧ

ଦରଗା ବଜାର ପୁଲିସ ହତାରେ ବାଇକ ଚୋର

କଟକ: କଟକ ଜେଲ ରୋଡ ଛକ ନିକଟରେ ଦରଗା ବଜାର ପୋଲିସ ପକ୍ଷରୁ ମୋଟର ଭେହିକିଲ ଚେକିଂ ବେଳେ ଜଣେ ଯୁବକଙ୍କୁ ଏକ ଚୋରା ଗାଡି ଚଳାଉଥିବା ଦରଗା ବଜାର ପୁଲିସ ଚିହ୍ନଟ କରିଥିଲା । ଉକ୍ତ ଯୁବକ ହେଲା ମର୍କତନଗର ପୁର ଅଞ୍ଚଳର ଅନିଲ ଦାସ(୨୫) । ତାକୁ ପୁଲିସ ଗିରଫ କରିଛି । ସେ ଉକ୍ତ ଗାଡିକୁ ରାଜା ନାମକ ବକ୍ସି ବଜାରର ଜଣେ ବ୍ୟକ୍ତିଠାରୁ ନେଇଥିବା କହିଥିଲା । ପରେ ତାକୁ ଅଧିକ ପଚରାଉଚରା ପରେ ଆଉ ଦୁଇଟି ଚୋରା ଗାଡି ଖ୍ରୀଷ୍ଟିଆନ ପଡାରୁ ଜବତ ହୋଇଛି । ସେ ଓ ତାର ସହଯୋଗୀମାନେ ବାଇକ ଚୋରି କରି ଅନ୍ୟମାନଙ୍କୁ ବିକ୍ରି କରନ୍ତି । ତାକୁ ପୁଲିସ ଆଜି କୋର୍ଟ ଫରୱାର୍ଡ କରିଛି ।
ପୁଲିସ ତାକୁ ଗିରଫ କରିବା ସହ ସେ ଚଲାଉଥିବା ନାଲି ରଙ୍ଗର ଗ୍ଲାମର ମୋଟର ସାଇକେଲ, ଗୋଟିଏ କଳା ରଙ୍ଗର ୟାମାହା ଏସଜେଡ ଆର ୧୫୦ ଓ ଗୋଟିଏ ହିରୋ ଏକ୍ସଟ୍ରିମ ସ୍ପୋର୍ଟସ ମୋଟର ସାଇକେଲ ଜବତ କରିଛି । ତା ନାମରେ ମର୍କତ ନଗର ଥାନାରେ ୧୦ଟି ମାମଲା ରହିଥିବା ବେଳେ ଦରଗା ବଜାର ଥାନାରେ ଗୋଟିଏ ଓ ଲାଲବାଗ ଥାନାରେ ୩ଟି ପୃଥକ ପୃଥମ ମାମଲା ରହିଛି ।

Related posts

ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ, ସ୍ୱାମୀ ଗିରଫ

mahabharatanews

ରାଜଧାନୀରେ ପୁଣି ଆତଙ୍କ

mahabharatanews

ସରକାରୀ ପାଣ୍ଠିର ଅପବ୍ୟବହାର କରି ବନ୍ଧା ହେଲେ କନିଷ୍ଠ ଯନ୍ତ୍ରୀ

mahabharatanews