ଓଡିଶା

୨ ଦିନ ପାଇଁ ଦାରିଙ୍ଗିବାଡି ସଟଡାଉନ

(ଦାରିଙ୍ଗିବାଡି): ଓଡ଼ିଶାର କାଶ୍ମୀର ଭାବେ ଜଣା ଦାରିଙ୍ଗିବାଡିକୁ ଆସନ୍ତା ୨ ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି । ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଦାରିଙ୍ଗିବାଡି ସରପଞ୍ଚ ଏଭଳି ପଦକ୍ଷେପ ନେଇଛନ୍ତି । ତେବେ ଏହି ସଟ୍ଲଡାଉନ୍ ସମୟରେ କେବଳ ମେଡିସିନ ଦୋକାନ, ଏଟିଏମ ସେଣ୍ଟର ଓ ପେଟ୍ରୋଲ ପମ୍ପଗୁଡିକୁ ବାଦ୍ ଦେଲେ ଦୋକାନ ବଜାର ବନ୍ଦ ରହିବ । ଦାରିଙ୍ଗିବାଡି ପଞ୍ଚାୟତ ତରଫରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇ ଅଞ୍ଚଳବାସୀଙ୍କୁ ଘରୁ ନ ବାହାରିବା ପାଇଁ ସୂଚନା ଦିଆଯାଇଛି । ଗତକାଲି ସନ୍ଧ୍ୟା ୫ଟାରୁ ଏହି କଟକଣା ଲାଗୁ ହୋଇଛି । ଆସନ୍ତା ମଙ୍ଗଳବାର ସନ୍ଧ୍ୟା ୫ଟା ଯାଏ ଏହି ସଟ୍ଡାଉନ ବଳବତ୍ତର ରହିବ । କରୋନା ଆକ୍ରାନ୍ତ ଜଣେ ବ୍ୟକ୍ତି ଜଣକ ଅଞ୍ଚଳ ସାରା ବୁଲାବୁଲି କରିଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ସରପଞ୍ଚ ରାଧାକାନ୍ତ ପ୍ରଧାନ କହିଛନ୍ତି ।

Related posts

ବାଙ୍କିପାଲିରେ ବିଶ୍ବଶାନ୍ତି ଯଜ୍ଞ

mahabharatanews

 ୨ ଦିନ ପ୍ରବଳ ଝଡ଼ ବର୍ଷା ନେଇ ଆଲର୍ଟ ଜାରି

mahabharatanews

ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ ଉପସ୍ଥିତିରେ ସାମ୍ବାଦିକଙ୍କୁ ଟିକା

mahabharatanews