ଓଡିଶା

ଡାକ୍ତରଙ୍କୁ ଦୁର୍ବ୍ୟବହାର: ଜଣେ ଅଟକ

ବରି: ସାରା ବିଶ୍ୱରେ ମହାମାରୀ କରୋନ ମୁକାବିଲା ଏକ ବଡ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି । ଏହି ଦୁର୍ବିପାକ ସମୟରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କ ନିସ୍ୱର୍ଥପର ସେବା ପାଇଁ ସେମାନଙ୍କୁ ଯୋଦ୍ଧା ଭାବେ ସରକାର ଘୋଷଣା କରିଛନ୍ତି । କିନ୍ତୁ ଏହି ଯୋଦ୍ଧାଙ୍କ ସହ ଦୁର୍ବ୍ୟବହାର, ମାଡ, ଆକ୍ରମଣ ପରି ଘଟଣା ବୃଦ୍ଧି ପାଉଛି । ଆଜି ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଜଣେ କାର୍ୟ୍ୟରତ ଡାକ୍ତର ଡାକ୍ତର ସୁଶିଲ କୁମାର ମହାପାତ୍ରଙ୍କୁ ଜଣେ ଯୁବକ ଦୁର୍ବ୍ୟବହାର ଓ ଧମକ ଚମକ ଦେବା ପରି ଘଟଣା ଦେଖିବାକୁ ମିଳିଛି ।

ମହାକାଳପଡ଼ା ପଞ୍ଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିବା ବେଳେ ଡାକ୍ତର ସୁଶିଲ କୁମାର ମହାପାତ୍ର ଓ ଅନ୍ୟ ସ୍ବାସ୍ଥ୍ୟ କର୍ମୀ । ସେଠାରେ ସେହି ଗ୍ରାମର ଶିବପ୍ରସାଦ ଦାସ (୩୦) ଡାକ୍ତର ଙ୍କ ସହ ଅନ୍ୟ କର୍ମାଚାରୀ ମାନଙ୍କୁ ଦୁର୍ବ୍ୟବହାର କରିବା ସହ ଧମକ ଦେଇଥିଲେ । ଏହି ଘଟଣାକୁ ନେଇ ଡାକ୍ତର ବରୀ ରାମଚନ୍ଦ୍ର ପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଏହା ପରେ ଘଟଣାକୁ ଗୁରୁତ୍ବର ସହ ନେଇ ବରୀ ଥାନା ପକ୍ଷରୁ ଅଭିଯୁକ୍ତ ଜଣକୁ ଥାନାରେ ଅଟକ ରଖିଥିବା ଜଣାପଡିଛି।

Related posts

ପ୍ରକାଶ ପାଇଲା ଓସିଏସ ମେନ ଲିଖିତ ପରୀକ୍ଷା ଫଳ

mahabharatanews

ଗୁଳିବିଦ୍ଧ ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

mahabharatanews

୩୧ ଯାଏ ବିଧାନସଭାକୁ ବନ୍ଦ ଘୋଷଣା କଲେ ବାଚସ୍ପତି

mahabharatanews