ଭାରତ

ଆଖିରେ କପଡା ବନ୍ଧା ୨ ମୃତ ଦେହ ଉଦ୍ଧାର 

(ମଣିପୁର) : ଗୁଳି-ବିକ୍ଷତ ଜଣେ ମହିଳାଙ୍କ ଶବ ସମେତ ୨ଟି ଶବ ପୂର୍ବଇମ୍ଫାଲ୍‌ ଓ ମଣିପୁର ପଶ୍ଚିମ ଜିଲ୍ଲାରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ବୁଧବାର ଦିନ ଇମ୍ଫାଲ୍‌ ପଶ୍ଚିମ ଜିଲ୍ଲା ଅନ୍ତର୍ଗତ ତୈରେନ୍‌ପୋକ୍‌ପି ଅଞ୍ଚଳରୁ ମୁଣ୍ଡରେ ଗୁଳି ପଶିଥିବା ଜଣେ ମଧ୍ୟବୟସ୍କା ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ବ୍ୟବଚ୍ଛେଦ ନିମନ୍ତେ ସେ ଶବକୁ ଇମ୍ଫାଲ୍‌ସ୍ଥିତ ‘ରିଜିଓନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌’କୁ ପଠାଇ ଦିଆଯାଇଛି।

ସୂଚନାନୁଯାୟୀ ,  ୪୦ ବର୍ଷରୁ ଅଧିକ ବୟସ୍କ ଜଣେ ପୁରୁଷଙ୍କ ଶବ। ସ୍ଥାନୀୟ ଲୋକେ ଉକ୍ତ ଅଜ୍ଞାତ ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଥିଲେ। ମୃତ ବ୍ୟକ୍ତିଙ୍କ ଆଖିରେ ଅନ୍ଧପୋଟଳି ବନ୍ଧାଯାଇଛି, ହାତ ମଧ୍ୟ ପଛଆଡୁଆ କରି ବନ୍ଧା ଯାଇଛି ଏବଂ ମୁଣ୍ଡରେ ଗୁଳି କ୍ଷତ ଅଛି। ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

Related posts

ବାତ୍ୟା ମୋକା: ୨୩୬ଟି ଘର ଓ ୮ଟି ଶରଣାର୍ଥୀ ଶିବିର ନଷ୍ଟ

mahabharatanews

୯ ବର୍ଷରେ ଭାରତ ୩୮୯ଟି ‌ବିଦେଶୀ ସାଟେଲାଇଟ୍‌ କରିଛି ଉତ୍‌କ୍ଷେପଣ 

mahabharatanews

ପାଇପ୍‌ ଯୋଗେ ଦିଆଗଲା ପଲଉ, ଲହୁଣି-ରୁଟି, ମଟର ପନିର 

mahabharatanews