ଓଡିଶା

ହସ୍ପିଟାଲ କ୍ୟାଣ୍ଟିନ ଓ ୱାଓ ମୋମୋରେ ସ୍ଥାନ ପାଇବ ମାଣ୍ଡିଆ

(ଭୁବନେଶ୍ୱର) : ହସ୍ପିଟାଲ କ୍ୟାଣ୍ଟିନ ଓ ୱାଓ ମୋମୋରେ ମିଳିବ ମାଣ୍ଡିଆ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟର କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ।  ଭୁବନେଶ୍ୱରର ଜନତା ମଇଦାନରେ ଆଜି ଠାରୁ ଦୁଇଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିଛନ୍ତି । ଏହି ସମ୍ମିଳନୀରେ ପୁଷ୍ଟିଶସ୍ୟ ସମ୍ପର୍କିତ ଭିନ୍ନ ଭିନ୍ନ ଅଧିବେଶନ ଅନୁଷ୍ଠିତ ହେବ । ଏହି ଅନ୍ତର୍ଜାତୀୟ ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଆଧୁନିକ ଯୁଗର ଆହ୍ୱାନ ନିମନ୍ତେ ପ୍ରାଚୀନ ଶସ୍ୟ-ମିଲେଟସ୍’ । ଏହି ସମ୍ମିଳନୀରେ ମିଲେଟ୍ ଚାଷ, ପ୍ରକ୍ରିୟାକରଣରେ କୃଷକମାନଙ୍କର ସଂପୃକ୍ତିରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ, ବୈଷୟିକ ଅଧିବେଶନ, ଅନ୍ତର୍ଜାତୀୟ ଖାଦ୍ୟମେଳା, କୁଇଜ୍ ପ୍ରତିଯୋଗିତା, ରନ୍ଧନ ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମ ହେବ ।

ସୂଚନାନୁଯାୟୀ , ଗତ ବର୍ଷ ୬ଲକ୍ଷ ମେଟ୍ରିକ ଟନ୍ ମିଲେଟ୍ ସଂଗ୍ରହ କରାଯାଇଛି । ରାଜ୍ୟର ୩୦ ଜିଲ୍ଲାର ୧୭୭ ବ୍ଲକରେ ଏଥର ମିଲେଟ୍ ଚାଷ ହେଇଛି । ଅନ୍ୟପଟେ ରାଜ୍ୟରେ ଅଢେଇ ଲକ୍ଷ ହେକ୍ଟର ଜାଗାରେ ରାଗି ଚାଷ ହେଇଛି । ଆଉ ଦୁଇ ଲକ୍ଷ ଚାଷୀ ଏଥିରେ ଯୋଡି ହୋଇଛନ୍ତି ବୋଲି କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ଇଣ୍ଟରନ୍ୟାସନାଲ ଫଣ୍ଡ ଫର ଏଗ୍ରିକଲଚରାଲ ଡେଭଲମେଣ୍ଟ, ଆଫ୍ରିକୀୟ ଓ ୟୁରୋପୀୟ ଦେଶର କୃଷି ପରାମର୍ଶଦାତା ସାମିଲ ହେବେ।

Related posts

ବିଷୁବ ସଂକ୍ରାନ୍ତି ଉପଲକ୍ଷେ ସେବା ଶିବିର ଏବଂ ପଣା ବଣ୍ଟନ

mahabharatanews

ଦେଶୀ ମଦ ତିଆରି ଆଡ୍ଡା ଉପରେ ଚଢାଉ, ୨୦ ଲିଟର ଜବତ

mahabharatanews

ଭଦ୍ରକରେ ଧାରା ୧୪୪

mahabharatanews