ଅପରାଧ

ସ୍ତ୍ରୀ ଓ ଝିଅଙ୍କ ଅନୈତିକ କାର୍ଯ୍ୟରେ କଣ୍ଟା ସାଜିବାରୁ ପରିବାର ମୁଖିଆଙ୍କୁ ହତ୍ୟା, ଆତ୍ମସପର୍ମଣ କଲେ ହତ୍ୟାକାରୀ

(ଜ୍ୟୋତିରଂଜନ ଧର/ କଣିହାଁ): ପରିବାରରେ ଝିଅ ଓ ସ୍ତ୍ରୀର ଅନୈତିକ କାର୍ଯ୍ୟକୁ ବିରୋଧ କରିବା ପରିବାର ମୁଖିଆଙ୍କୁ ମହଙ୍ଗା ପଡିଛି । ସ୍ତ୍ରୀ ଓ ଝିଅ ଯୋଜନାବଦ୍ଧ ଭାବେ ସୁପାରୀ କିଲଙ୍କ ଦ୍ୱାରା ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଣିହାଁ ବ୍ଲକ ଅନ୍ତର୍ଗତ ପରାବିଲ ପଂଚାୟତ ଅଧିନସ୍ଥ ସିଲିଙ୍ଗ ଗାଁରେ । ଗାଁର ୫୫ ବର୍ଷୀୟ ସୁନନ୍ଦ ପ୍ରଧାନ ତାଙ୍କ ସ୍ତ୍ରୀ ଭାରତୀ ଓ ଦୁଇ ଝିଅ ଟୁନି ଓ ଲୁନଙ୍କ ସହ ରହିଆସୁଥିଲେ । ତେବେ ସ୍ତ୍ରୀ ଓ ୨ ଝିଅ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଥିବାରୁ ତାଙ୍କୁ ସୁନନ୍ଦ ବିରୋଧ କରି ଆସୁଥିଲେ । ପାରିବାରିକ କଳହ ଓ ଅଶାନ୍ତି ଯୋଗୁଁ ସୁନନ୍ଦ ତାଙ୍କ ନାନୀ ସୁଲୋଚନା ସାହୁଙ୍କ ଘରକୁ ଯାଇଥିଲେ । ଗତ ସୋମବାର ନିଜ ଘରକୁ ଫେରିଥିଲେ । ତେବେ ବୁଧବାର ରାତିରେ ସୁନନ୍ଦଙ୍କ ସହିତ ତାଙ୍କ ପରିବାର ଲୋକ କୌଣସି କାରଣରୁ ଗଣ୍ଡଗୋଳ କରିଥିଲେ । ପରେ ଏହା ଉଗ୍ର ରୂପ ଧାରଣ କରିଥିଲା । ଶେଷରେ ସୁନନ୍ଦଙ୍କୁ ରାସ୍ତାରୁ ହଟାଇବା ପାଇଁ ତାଙ୍କ ପରିବାର ଲୋକେ ଏକଜୁଟ୍ ହୋଇଥିଲେ । ରାତାରାତି ମାରିଦେବା ପାଇଁ ପୂର୍ବରୁ ଯୋଗାଡିଥିବା ଯୁବକ ମାନଙ୍କୁ ଡାକିଥିଲେ । ଭୋର ସମୟରେ ୨ ଝିଅ ଓ ସ୍ତ୍ରୀ ପ୍ରଥମେ ସଂଘବଦ୍ଦ ହୋଇ ସୁନନ୍ଦଙ୍କୁ ପଟା ଫାଳିଆରେ ଆକ୍ରମଣ କରିଥିଲେ । ସେହି ସମୟରେ ବାଇକ୍ ଯୋଗେ ଆସିଥିବା ୪ ଯୁବକ ମଧ୍ୟ ତାଙ୍କୁ ନିସ୍ତୁକ ପିଟିଥିଲେ । ଜୀବନ ବିକଳରେ ଘରୁ ବାହାରି ପଳାଉଥିବା ବେଳେ ତାଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ତାଙ୍କ ଚିତ୍କାର ଶୁଣି ପଡୋଶୀ ବାହାରକୁ ଆସିବାରୁ ଉକ୍ତ ଯୁବକମାନେ ଚମ୍ପଟ ମାରିଥିଲେ । ପରେ ଘର ଠାରୁ ୨ଶହ ମିଟର ଦୂରରେ ଘାଇଲା ହୋଇ ପଡିଥିବା ସୁନନ୍ଦଙ୍କୁ ଘୋଷାଡି ଆଣି ପିଟିପିଟି ଅତି ନୃଶସ ଭାବରେ ୨ଝିଅ ଓ ସ୍ତ୍ରୀ ହତ୍ୟା କରିଥିଲେ । ଏହାପରେ ଘରେ ଥିବା ଏକ ପଲଙ୍କରେ ମୃତ ଶରୀରକୁ ରଖି ଦେଇଥିଲେ । ଘଟଣା ଘଟିବାର କିଛି ସମୟ ପରେ ସମଲ ଥାନାରେ ମୃତ ସୁନନ୍ଦଙ୍କ ସ୍ତ୍ରୀ ଓ ୨ ଝିଅ ଆତ୍ମସମର୍ପଣ କରିଥିଲେ । ଏନେଇ ସୁନନ୍ଦଙ୍କ ନାନୀ ସୁଲୋଚନା ସମଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରିଥିଲା । ଥାନା ଆଆଇସି ଘଟଣାସ୍ଥଳକୁ ଯାଇ ସୁନନ୍ଦଙ୍କ ମୃତ ଶବକୁ ଜବତ କରିବା ସହ ଆତ୍ମସମର୍ପଣ କରିଥିବା ୩ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଚଳାଇଛି ।

Related posts

ଜେଲ ପାଚେରୀ ଡେଇଁ ଦୁଇ ବିଚାରାଧୀନ କଏଦୀ ଫେରାର

mahabharatanews

ବିଷ ପିଇ ପତ୍ନୀ ଓ ଦୁଇ ପୁଅଙ୍କ ଆତ୍ମହତ୍ୟା

mahabharatanews

ସଙ୍ଗରୋଧ କେନ୍ଦ୍ରରେ ଯୁବକଙ୍କ ଆତ୍ମହତ୍ୟା

mahabharatanews