ଓଡିଶା

ବିଧାୟକଙ୍କ ଘରେ କାମ କରୁଥିବା ଶ୍ରମିକର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁ

ପାଟଣାଗଡ : ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଘରେ ଅଘଟଣ । ବିଧାୟକଙ୍କ ଘରେ କାମ କରୁଥିବା ଶ୍ରମିକ ହଠାତ୍ ତଳେ ପଡିଯାଇଥିଲେ ଓ ତାଙ୍କ ମୃତ୍ୟୁ ହୋଇଛି। ବିଧାୟକଙ୍କ ଘରେ କାମ କରୁଥିବା ଶ୍ରମିକ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତକ ଶ୍ରମିକଙ୍କ ନାମ ଡିଙ୍ଗର ବରିହା (୪୬) , ଘର ଚିଙ୍ଗିରଆ ଗାଁରେ । ଘଟଣାଟି ଆଜି ସକାଳେ ଘଟିଛି ।
ସକାଳୁ ବିଧାୟକଙ୍କ ଘର ଛାତ ସ୍ଲାପ ଖୋଲାଯାଉଥିଲା । ଜଣେ ଶ୍ରମିକ ସ୍ଲାପ ଖୋଳାରେ ନିୟୋଜିତ ଥିବା ବେଳେ ହଠାତ୍ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

 

Related posts

ଗୁଳିମାଡରେ ଔଷଧ ଦୋକାନୀ ମୃତ, ଡାକ୍ତର ଗୁରୁତର

mahabharatanews

ବ୍ଲକ୍ ଡ଼ାଟା ଏଣ୍ଟ୍ରି ଅପରେଟରଙ୍କ ପ୍ଲାଜମା ଦାନ

mahabharatanews

୨୪ ଘଣ୍ଟାରେ ଦେଶରୁ ୫୩୫ ନୂଆ ସଂକ୍ରମିତ ଚିହ୍ନଟ

mahabharatanews