ଓଡିଶା

ବ୍ଲକ୍ ଡ଼ାଟା ଏଣ୍ଟ୍ରି ଅପରେଟରଙ୍କ ପ୍ଲାଜମା ଦାନ

ରଜନୀକାନ୍ତ ପାତ୍ର/ ହିଞ୍ଜିଳି: କରୋନା ମୃତ୍ୟୁ ହାରକୁ ରୋକିବା ପାଇଁ ଗଞ୍ଜାମରେ ପ୍ଲାଜମା ଥେରାପୀ ଆରମ୍ଭ କରାଗଲା ପରେ କରୋନାରୁ ସୁସ୍ଥ ହୋଇଥିବା ବହୁ ଜନ ସାଧାରଣ ତଥା କରୋନା ଯୋଦ୍ଧାମାନେ ସ୍ୱତଃ ପ୍ରବୃତ୍ତ ଭାବେ ପ୍ଲାଜମା ଦାନ କରି ଗୁରୁତର କରୋନା ରୋଗୀଙ୍କୁ ବଞ୍ଚାଇବାରେ ସହାୟକ ହୋଇଥିଲେ । ସେହିପରି ବେଲଗୁଣ୍ଠ ଓ ଯୋଗାଣ ବିଭାଗର ଜଣେ ଡ଼ାଟା ଏଣ୍ଟ୍ରି ଅପରେଟର୍ ନିଜର ପ୍ଲାଜମା ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଜଗନ୍ନାଥପ୍ରସାଦ ବ୍ଲକ୍ ଅନ୍ତର୍ଗତ ବିଡିପୁର ନିକଟସ୍ଥ ମହୁଲପଲ୍ଲୀ ଗ୍ରାମର ଶ୍ରୀକାନ୍ତ ଜେନା (୨୦) ବେଲଗୁଣ୍ଠ ବ୍ଲକ୍ ଯୋଗାଣ ବିଭାଗରେ ଡ଼ାଟା ଏଣ୍ଟ୍ରି ଅପରେଟର୍ ଭାବେ କାର୍ୟ୍ୟ କରନ୍ତି । ଗତ ଜୁଲାଇ ମାସ ଦୁଇ ତାରିଖରେ ତାଙ୍କର ସ୍ୱାବ ରିପୋର୍ଟ୍ ପଜିଟିଭ ଆସିଥିବା ବେଳେ ସେ ଭଞ୍ଜନଗର କୋଭିଡ କେୟାର୍ ସେଣ୍ଟର୍ ରେ ଜୁଲାଇ ଆଠ ତାରିଖ ପର୍ୟ୍ୟନ୍ତ ରହି ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଥିଲେ । କରୋନାରୁ ସୁସ୍ଥ ହେଲା ସେପ୍ଟେମ୍ବର ୨୫ ତାରିଖରେ ଶ୍ରୀ ଜେନା ବ୍ରହ୍ମପୁର ମେଡିକାଲକୁ ଯାଇ ନିଜର ପ୍ଲାଜମା ଦାନ କରିଥିଲେ । ଶ୍ରୀ ଜେନା ଏହିଭଳି କାର୍ୟ୍ୟକ୍ରମକୁ ବିଡିଓ ଶଶି ଭୂଷଣ ମହାପାତ୍ର, ତହସିଲଦାର ସରୋଜ କୁମାର ବେହେରା, ଯୋଗାଣ ନିରୀକ୍ଷକ ସୁବ୍ରତ କୁମାର ଚୌଧୁରୀ ବେଲ୍ଲଗୁଣ୍ଠା ପ୍ରେସ କ୍ଲବ ସମେତ ସ୍ଥାନୀୟ ଅଞ୍ଚଳବାସୀ ଶ୍ରୀକାନ୍ତ ଙ୍କୁ ସାଧୁବାଦ ଜଣାଇଛନ୍ତି ।

Related posts

ବଙ୍ଗୀୟ ନବବର୍ଷ ପାଇଁ ଉତ୍ସବମୁଖର ଏମଭି-୭୯, ଧୁମଧାମରେ ପାଳିତ ପହିଲା ବୈଶାଖ

mahabharatanews

ଲକ ଡାଉନ ସମୟରେ ରାତିରେ ପୁରୀ ସହରର ଚିତ୍ର

mahabharatanews

ଡିଏନଏ ଟେଷ୍ଟ ରିପୋର୍ଟ: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ

mahabharatanews