ଓଡିଶାଭାରତ

କୋଣାର୍କ ମନ୍ଦିରରୁ ବାଲି କାଢ଼ିବାକୁ ନିଷ୍ପତି

ପୁରୀ: କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ଲାଗି ଆଜି ଏଏସଆଇ ପକ୍ଷରୁ ଆରମ୍ଭ ହୋଇଛି ଭୂମିପୂଜନ । ଗର୍ଭଗୃହରୁ ବାଲିକଢ଼ା କାମ ୩ ବର୍ଷରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ ଉନ୍ନତ କୌଶଳରେ ବାଳିକାଢାଯିବ ସେନେଇ ଏକ ଘରୋଇ କମ୍ପାନୀକୁ ଟେଣ୍ଡର ଦିଆଯାଇଛି | ତେବେ ବିଡିଆର ନିର୍ମାଣ ପ୍ରାଇଭେଟ ଲିମିଟେଡ କମ୍ପାନୀକୁ ଏହି ଟେଣ୍ଡର ମିଳିଛି । ଘରୋଇ କମ୍ପାନୀ କେବଳ ବୈଷୟିକ ଜ୍ଞାନକୌଶଳ ଯୋଗାଇବ । ବାଲି କାଢ଼ିବା କାର୍ଯ୍ୟରେ ଏଏସଆଇର କର୍ମଚାରୀମାନେ ନିୟୋଜିତ ହେବେ ।ତେବେ ପ୍ରାଥମିକ ରୂପେ ଗର୍ଭଗୃହ ସଂଲଗ୍ନ ପଶ୍ଚିମ ଦ୍ୱାର ପଟୁ ଗର୍ତ୍ତ କରି ବାଲି କଢ଼ାଯିବ । ୫ରୁ ୭ ଫୁଟଠ ଗାତ ଖୋଲି ବାଲି କଢ଼ାଯିବ । ୧୨୦ ବର୍ଷ ହେଲା ମନ୍ଦିର ଗର୍ଭଗୃହରେ ବାଲି ରହିଛି । ୧୯୦୩ରେ ଇଂରେଜମାନେ ବାଲି ଦ୍ୱାରା ଗର୍ଭଗୃହ ରାସ୍ତାକୁ ବନ୍ଦ କରିଥିଲେ | ତେବେ ଏ ସମସ୍ତ ବାଲିକୁ ୩ବର୍ଷ ମଧ୍ୟରେ ସାରିବାକୁ ନିଷ୍ପତି ହୋଇଛି |

Related posts

କୃମିନାଶକ କାର୍ୟ୍ୟକ୍ରମ ପାଇଁ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର

mahabharatanews

କୁକୁଡାଖଣ୍ଡି ବ୍ଳକ୍ ଦକ୍ଷିଣାଞ୍ଚଳ ଆରଡିସିଙ୍କ ସଂଘରୋଧ କେନ୍ଦ୍ର ପରିଦର୍ଶନ

mahabharatanews

ଅନାଥ ଶିଶୁଙ୍କୁ ଲୋନ ସୁଝିବା ପାଇଁ ବାରମ୍ବାର ଏଲଆଇସିର ନୋଟିସ୍

mahabharatanews