ଓଡିଶାରାଜନୀତି

ଝାରସୁଗୁଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀ ଦୀପାଳି ଦାସ ଆଗୁଆ

ଝାରସୁଗୁଡ଼ା :ଚାଲିଛି ଭୋଟ ଗଣତି । ପ୍ରଥମ ରାଉଣ୍ଡରେ ଝାରସୁଗୁଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀ ଦୀପାଳି ଦାସଙ୍କୁ ମିଳିଛି ୫୪୦୮ ଖଣ୍ଡ ଭୋଟ୍ । ସେ ୮୬୭ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି । ସେହିପରି ପିପିଲି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆଗରେ ରହିଛନ୍ତି । ପୋଷ୍ଟାଲ ବାଲାଟ ଗଣତିରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି । ଦିଗପହଣ୍ଡି ବିଧାନସଭା ଆସନରେ ମଧ୍ୟ ବିଜେଡି ଆଗୁଆ ରହିଛି । ବିଜେଡି ପ୍ରାର୍ଥୀ ବିପ୍ଲବ ପାତ୍ର ପୋଷ୍ଟାଲ ବାଲାଟ ଗଣତିରେ ଆଗରେ ଅଛନ୍ତି ।

ପୁରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସୁନିଲ ମହାନ୍ତି ଆଗରେ ରହିଥିବାବେଳେ ସତ୍ୟବାଦୀରେ ସଞ୍ଜୟ ଦାସବର୍ମା ଏବଂ ଝାରସୁଗୁଡ଼ାରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗରେ ରହିଛନ୍ତି ।

Related posts

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

mahabharatanews

ଟ୍ରକ୍କୁ ଧକ୍କା ଦେଲା ବସ୍, ୭ ଗୁରୁତର ଆହତ

mahabharatanews

ଏନସିବିର ଡେପୁଟି ଡାରେକ୍ଟର ଜେନେରାଲ ଭାବେ ଆଇପିଏସ ସଂଜୟ ସିଂ  ନିଯୁକ୍ତ

mahabharatanews