ଓଡିଶା

ଭୁବନେଶ୍ୱରରେ ପହଞ୍ଚିଲେ ବିଧାୟିକା ଦୀପାଳି ଦାସ 

(ଝାରସୁଗୁଡା) : ଭୁବନେଶ୍ୱରରେ ପହଞ୍ଚିଲେ ବିଧାୟିକା ଦୀପାଳି ଦାସ । ତେବେ ଝାରସୁଗୁଡା ଉପନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ଭୁବନେଶ୍ୱର ଆସିଛନ୍ତି ।

ସୂଚନାନୁଯାୟୀ , ଦୀପାଳି ଆହୁରି କହିଛନ୍ତି, ମୋ ବାରାଙ୍କର ସ୍ୱପ୍ନ ଥିଲା… ଝାରସୁଗୁଡାର ନୂତନ ନିର୍ମାଣ । ଝାରସୁଗୁଡାର ବିକାଶର ସ୍ୱପ୍ନ ଦେଖିଥିଲେ ବାପା । ଆଉ ଆଜି ମୁଖ୍ୟମନ୍ତ୍ରୀଙ୍କ ମାର୍ଗ ଦର୍ଶନରେ ବାପାଙ୍କ ସ୍ୱପ୍ନ ପୂରଣ କରିବି । ହାର୍ଟ ହସ୍ପିଟାଲ୍, କ୍ୟାନ୍ସର ହସ୍ପିଟାଲ୍, ଓଭର ବ୍ରିଜ୍ ଏବଂ ଅନ୍ୟାନ୍ୟ ବିକାଶର ସ୍ୱପ୍ନ ଦେଖିଥିଲେ ମୋ ବାପା । ତାକୁ ପୂରା କରିବାର ସମୟ ଆସିଯାଇଛି । ଝାରସୁଗୁଡାର ବିକାଶର ସ୍ୱପ୍ନ ପୂରଣ କରିବି । ଗତକାଲି ଝାରସୁଗୁଡ଼ା ଉପନିର୍ବାଚ ଫଳ ପ୍ରକାଶ ପାଇଥିଲା । ଏଥିରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ।

Related posts

ଖୋଲିଲା ଜାତୀୟ ଉଦ୍ୟାନ ଭିତରକନିକା

mahabharatanews

ନୂଆ ବର୍ଷରେ ପୂର୍ବରୁ ଅନେକ ସ୍ଥାନରେ ବର୍ଷା ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ

mahabharatanews

ସ୍ତ୍ରୀର ନିର୍ଯ୍ୟାତନା ସହିନପାରି ବେକ କାଟି ଆତ୍ମହତ୍ୟା ଉଦ୍ୟମ କଲେ ସ୍ୱାମି

mahabharatanews