ଭାରତ

ବାତ୍ୟା ‘ମୋକା’ : ଲୋକଙ୍କୁ ସ୍ଥାନାନ୍ତର ଆରମ୍ଭ

(ଭୁବନେଶ୍ୱର) :  ଭୟଙ୍କର ରୂପ ନେଲା ବାତ୍ୟା ‘ମୋକା’ ।  ବାଂଲାଦେଶ ଓ ମିଆଁମାର ସୀମାନ୍ତରେ ଲ୍ୟାଣ୍ତଫଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ନେଇ ସୂଚନା ରହିଛି । ଫଳରେ ଅନେକ ଲୋକଙ୍କୁ ସ୍ଥାନାନ୍ତର କରିବା ସହ ବିମାନ ମଧ୍ୟ ବାତିଲ କରାଯାଇଛି ।

ସୂଚନାନୁସାରେ, ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ପ୍ରବଳ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବହୁଛି । ବର୍ତ୍ତମାନ ପବନର ବେଗ ଘଣ୍ଟା ପ୍ରତି ୧୮୦ ରହିଛି । ଅପରାହ୍ନ ୩ଟା ରେ ଏହା ଶୀଖର ବା ପିକ୍ ପଏଣ୍ଟରେ ରହିବ । ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୨୧୦ ରହିବ ବୋଲି ପୂର୍ବାନୁମାନ କରାଯାଉଛି ।  ଏହି ଭୟଙ୍କର ବାତ୍ୟାର ସ୍ଥିତିକୁ ନଜରରେ ରଖି ବାଂଲାଦେଶର ଅନେକ ବିମାନ ବାତିଲ କରାଯିବା ସହ ଉପକୂଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେହିପରି ମିଆଁମାରର ଅନେକ ସ୍ଥାନରୁ ମଧ୍ୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ନେଇ ସୂଚନା ରହିଛି ।

Related posts

ଦୁଇ ଦିନିଆ ଭୁଟାନ ଗସ୍ତରେ ପ୍ରଧାନମନ୍ତ୍ରୀ 

mahabharatanews

ନିଜ ହାତରେ ବଦଳାଇଲେ ନଦୀର ଚିତ୍ର

mahabharatanews

ପ୍ରାଣ ପ୍ରତିଷ୍ଠା ଉତ୍ସବ:  ୧୦୦ଟି ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟାନ୍

mahabharatanews