(ମୁମ୍ବାଇ) : ବହୁ ବର୍ଷର ବିବାହ ପରେ ଦୀପିକା ଏବଂ ରଣଭୀର ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ନିକଟରେ ଏହି ଦମ୍ପତି ସୋସିଆଲ ମିଡିଆରେ ଘୋଷଣା କରିଥିଲେ ଯେ ଖୁବ୍ ଶୀଘ୍ର ସେମାନଙ୍କ ଘରକୁ ନୂଆ ଅତିଥି ଆସିବା ପାଇଁ ଯାଉଛନ୍ତି । ଏହାରି ମଧ୍ୟରେ ଏହି ଷ୍ଟାର କପଲଙ୍କର ଏକ ଫଟୋ ଭାଇରାଲ ହେଉଛି । ଯେଉଁଥିରେ ପ୍ରଥମ ଥର ପାଇଁ ଦୀପିକାଙ୍କର ବେବି ବମ୍ପ ଦେଖିବା ପାଇଁ ମିଳୁଛି ।
ସୂଚନାନୁଯାୟୀ , ଭାଇରାଲ ହେଉଥିବା ଫଟୋରେ ଏହି ଦମ୍ପତି ମଲ ଭିତରେ ନଜର ଆସୁଛନ୍ତି । ଦୀପିକା କ୍ଲାସିକ୍ ବ୍ଲୁ ଜିନ୍ସ ଏବଂ ଟ୍ରେଣ୍ଡି ଧଳା ସ୍ନିକର ପିନ୍ଧିଥିବାର ନଜର ଆସୁଛନ୍ତି । ସେହିପରି ରଣବୀର ସିଂ ଧଳା ଟି-ସାର୍ଟରେ ନଜର ଆସୁଛନ୍ତି । ହେଲେ ଫଟୋଟି ବ୍ଲର ଦେଖାଯାଉଛି । ୱେଲ୍ ପ୍ରେଗନେନସି ସୟୟରେ ଦୀପିକା ଫିଲ୍ମ ଜଗତରୁ ନିଜକୁ ଦୂରରେ ରଖିଛନ୍ତି । ସେ ନିଜର ଏହି ଖାସ ସମୟକୁ ଏଞ୍ଜୟ କରୁଛନ୍ତି । ଦୀପିକା ପାଦୁକୋଣ ଏମ୍ବ୍ରୋଡରୀ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ଯାହାର ଫଟୋ ମଧ୍ୟ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।