ମନୋରଞ୍ଜନ

ଆଉ ନାହାନ୍ତି ମିଥୁନ ଚକ୍ରବର୍ତ୍ତୀଙ୍କ ମା’ 

(ମୁମ୍ବାଇ) : ଆଉନାହାନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ତଥା ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କ ମା’ ଶାନ୍ତିରାଣୀ ଚକ୍ରବର୍ତ୍ତୀ । ଶୁକ୍ରବାର ଦେହାନ୍ତ ହେବା ପରେ ସମଗ୍ର ପରିବାରରେ ଶୋକର ଲହରି ଖେଳିଯାଇଛି। ମିଥୁନଙ୍କ ସାନ ପୁଅ ନାମୋସି ତାଙ୍କ ଜେଜେମା’ଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ ,  ତିନି ବର୍ଷ ପୂର୍ବେ ତାଙ୍କ ଜେଜେବାପା ତଥା ମିଥୁନ ଚକ୍ରବର୍ତ୍ତୀଙ୍କ ବାପା ବସନ୍ତ କୁମାର ଚକ୍ରବର୍ତ୍ତୀଙ୍କର ପରଲୋକ ହୋଇଥିଲା। ଜୁଲାଇ ୬ ତାରିଖରେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ହେତୁ ତାଙ୍କ ମାଙ୍କର ବିୟୋଗ ଘଟିଛି। ମିଥୁନ ଚକ୍ରବର୍ତ୍ତୀ ତାଙ୍କ ମାଆ ଶାନ୍ତିରାଣୀଙ୍କର ଅତ୍ୟନ୍ତ ଘନିଷ୍ଠ ଥିଲେ। ସୋସିଆଲ ମିଡିଆରେ ମା ଏବଂ ପୁଅଙ୍କ ଫଟୋ ଅଧିକାଂଶ ସମୟରେ ଭାଇରାଲ୍‌ ହୋଇଥାଏ।

Related posts

ଦ୍ଵିତୀୟ ଦିନରେ ଫିଲ୍ମ ‘ସତ୍ୟପ୍ରେମ କି କଥା’, ଲାଗୁଛି ଦର୍ଶକଙ୍କ ଭିଡ଼

mahabharatanews

‘ବିଗବସ ସିଜନ ୧୭’: ଭୋ ଭୋ କାନ୍ଦିଲେ ଅଙ୍କିତା ଲୋଖଣ୍ଡେ 

mahabharatanews

ଇଦରେ ସଲମାନଙ୍କ ଘର ଆଗରେ ଲାଠିଚାର୍ଜ 

mahabharatanews