ଭାରତ

 ବାୟୁସେନାରେ ପ୍ରଥମ C-295 ଟେକ୍ନିକାଲ ମିଲିଟ୍ରି ଏୟାରଲିଫ୍ଟ

(ଦିଲ୍ଲୀ) :  ଭାରତୀୟ ବାୟୁସେନାର ପ୍ରଥମ C-295 ଟେକ୍ନିକାଲ ମିଲିଟ୍ରି ଏୟାରଲିଫ୍ଟ ସାମିଲ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଗାଜିଆବାଦ ହିଡେନ୍ ଏୟାରବେସରେ ଭାରତ ଡ୍ରୋନ ଶକ୍ତି -2023 ପ୍ରଦର୍ଶନୀ କାର୍ଯ୍ୟକ୍ରମରେ C-295 ବିମାନକୁ ସରକାରୀ ଭାବେ ବାୟୁସେନାରେ ସାମିଲ କରାଯାଇଛି । ଫଳରେ ବାୟୁସେନାରେ ଏହି ଯୁଦ୍ଧ ବିମାନ ସାମିଲ ହେବା ପରେ ପାକିସ୍ତାନ ଏବଂ ଚାଇନାରେ ଭୟର ସ୍ଥିତି ! ଏହି ଯୁଦ୍ଧ ବିମାନ ଶତ୍ରୁମାନଙ୍କୁ କଡା ଟକ୍କର ଦେବାରେ ସଫଳ ହେବ ।

ସୂଚନାନୁଯାୟୀ , କିଛି ଦିନ ପୂର୍ବରୁ ଏୟାରବସ୍ ଡିଫେନ୍ସ ଆଣ୍ଡ ସ୍ପେସ୍ କମ୍ପାନୀ ଭାରତକୁ C-295 ବିମାନ ହସ୍ତାନ୍ତର କରିଥିଲା। ମୋଟ୍ ୫୬ଟି C-295 ବିମାନ ଭାରତୀୟ ବାୟୁସେନାରେ ସାମିଲ ହେବା ନେଇ ସୂଚନା ରହିଛି । ସେଥିମଧ୍ୟରୁ 40ଟି ‘ମେକ୍ ଇନ୍ ଇଣ୍ଡିଆ’ ଅଧୀନରେ ଉତ୍ପାଦିତ ହେବ । ଟାଟା ଏବଂ ଏୟାରବସ୍ ମିଳିତ ଭାବେ ଏହି ବିମାନ ଉତ୍ପାଦନ କରିବେ ।

 

 

 

Related posts

ଅର୍ଜୁନ ଖାର୍ଗେଙ୍କୁ Z + ସୁରକ୍ଷା 

mahabharatanews

ଆଖି ବୁଜିଲେ ଗ୍ୟାଙ୍ଗଷ୍ଟାର ମୁଖତାର ଅନସାରୀ 

mahabharatanews

ହଠାତ୍ ଜଳ ସ୍ତରର ବୃଦ୍ଧି ହେବାରୁ ଗଙ୍ଗାରେ ବୁଡିଗଲେ ୬ ନାବାଳକ, ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

mahabharatanews