ମନୋରଞ୍ଜନ

୧୦୦୦ କୋଟି ଆୟ କଲା ଫିଲ୍ମ ‘ଯବାନ’ 

(ମୁମ୍ବାଇ) : ସୁରପ୍‌ଷ୍ଟାର୍‌ ଶାହରୁଖ ଖାନ୍‌ଙ୍କ ‘ଯବାନ’ ପ୍ରେକ୍ଷାଳୟ‌ରେ କମାଲ୍‌ କରିବାରେ ଲାଗିଛି। ଏହି ସିନେମାର ବିଶ୍ବସ୍ତରୀୟ କଲେକ୍ସନ ପ୍ରାୟ ୧୦୦୦ କୋଟି ଟଙ୍କା ପାର୍‌ କରି ସାରିଲାଣି ବୋଲି ସୂଚନା ରହିଛି। ଗୋଟାଏ ବର୍ଷ ଭିତରେ ୨ଟି ୧୦୦୦ କୋଟି ଟଙ୍କାର ସିନେମା ଦେବାରେ ଶାହରୁଖ୍‌ ଖାନ୍‌ ହେଉଛନ୍ତି ପ୍ରଥମ ଅଭିନେତା। ବଲିଉଡ୍‌ର ୩ଟି ଫିଲ୍ମ ୧୦୦୦ କୋଟି ଟଙ୍କାରୁ ଅଧିକ ଆୟ କରିଛି। ସେଥି ମଧ୍ୟରୁ ଅନ୍ୟତମ ହେଉଛି ‘ଯବାନ’।

ସୂଚନାନୁଯାୟୀ ,  ଏହାପୂର୍ବରୁ ‘ପଠାନ୍‌’ ବି ବିଶ୍ବସ୍ତରୀୟ ୧୦୦୦ କୋଟି ଟଙ୍କାର ବେପାର କରିଥିଲା। ହେଲେ ‘ପଠାନ’କୁ ୧୦୦୦ କୋଟି ଟଙ୍କା ଆୟ କରିବାକୁ ୨୭ ଦିନ ଲାଗି ଯାଇଥିଲା। ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ‘ଯବାନ’ ଆଗରେ ରହିଛି। ବଲିଉଡ୍‌ରେ ପ୍ରଥମେ ୧୦୦୦ କୋଟି ଟଙ୍କାର ବେପାର କରି ରେକର୍ଡ କରିଥିଲା ଆମୀର ଖାନ୍‌ଙ୍କ ଫିଲ୍ମ ‘ଦଙ୍ଗଲ୍‌’।

Related posts

ପରଲୋକରେ ନିର୍ଦ୍ଦେଶକ ଦିବ୍ୟାଙ୍କ ମା 

mahabharatanews

ୟୁଟ୍ୟୁବର ଏଲ୍‌ଭିଶ୍ ଯାଦବ ଗିରଫ

mahabharatanews

ଫିଲ୍ମ‘ଦ ଲିଜେଣ୍ଡ’ର ଟ୍ରେଲର୍‌ ରିଲିଜ,ନିଜ ଲୁକରେ ଘାଇଲା କଲେ ଉର୍ବଶୀ

mahabharatanews