ଓଡିଶାଶିକ୍ଷା

ଅଗଷ୍ଟ ୧୧ରୁ ଯୁକ୍ତ ତିନି ନାମଲେଖା ଲାଗି ଆବେଦନ

ଅଗଷ୍ଟ ୩୧ରେ କଟ ଅଫ ମାର୍କ
ଭୁବନେଶ୍ୱର: ଯୁକ୍ତ ଦୁଇ କଳା ବିଜ୍ଞାନ ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ ପାଇବା ପରେ ଯୁକ୍ତ ତିନିରେ ନାମ ଲେଖା ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଗଷ୍ଟ ୧୧ ତାରିଖରୁ ୨୫ ତାରିଖ ଯାଏ ନାମଲେଖା ଲାଗି ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ତେବେ ଅଗଷ୍ଟ ୩୧ ତାରିଖରେ କଟ ଅଫ ମାର୍କ ତାଲିକା ପ୍ରକାଶ ପାଇବ । ସେପ୍ଟେମ୍ବର ୨ରୁ ୫ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ । ସେପ୍ଟେମ୍ବର ୧୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଶେଷରେ ୧୬ ତାରିଖରେ ଖାଲି ଥିବା ସିଟର ତାଲିକା ପ୍ରକାଶ ପାଇବ । ପୂର୍ବରୁ ବିଜ୍ଞାନ, ବାଣିଜ୍ୟ ଫଳ ପ୍ରକାଶ ପାଇଥିବା ବେଳେ ଆଜି କଳା ରେଜଲ୍ଟ ପ୍ରକାଶ ପାଇଛି । କଳାରେ ତେବେ ଚଳିତବର୍ଷ ଯୁକ୍ତ ଦୁଇ କଳାରେ ପାସହାର ୮୨.୧୦ ପ୍ରତିଶତ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ପାସହାର ସର୍ବାଧିକ ଥିବାବେଳେ, ନବରଙ୍ଗପୁରରେ ଯୁକ୍ତ ଦୁଇ କଳା ଛାତ୍ରଛାତ୍ରୀଙ୍କ ପାସହାର ସବୁଠୁ ନିରାଶଜନକ ରହିଛି ।

Related posts

କୀଟନାଶକ ଔଷଧ ସେବନ କରି ଯୁବତୀଙ୍କ ଆତ୍ମହତ୍ୟା

mahabharatanews

୩୧ରୁ ପୁଣି ଭିଜିପାରେ ଓଡିଶା

mahabharatanews

ରାଇସ ମିଲ ପ୍ରତିଷ୍ଠା ଲାଗି ପଞ୍ଜିକରଣ ଆବଶ୍ୟତା ନାହିଁ : ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ

mahabharatanews