ଭାରତ

“କେଜ୍ରିୱାଲଙ୍କୁ ଏକ ବଡ଼ ଷଡଯନ୍ତ୍ର କରି ଗିରଫ କରାଯାଇଛି”: ସାଂସଦ ସଞ୍ଜୟ ସିଂହ

(ଦିଲ୍ଲୀ) :  ଆମ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଶୁକ୍ରବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫକୁ ନେଇ ବିଜେପି ଏବଂ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଜେଲରୁ ବାହାରିବା ପରେ ସଞ୍ଜୟ ସିଂହ ସାମ୍ବାଦିକ ସମ୍ମିଳନୀ କରିଛନ୍ତି, ଯେଉଁଥିରେ ସେ ସିଧାସଳଖ ବିଜେପିକୁ ଟାର୍ଗେଟ୍ କରିବା ସହ କହିଛନ୍ତି କେଜ୍ରିୱାଲଙ୍କୁ ଏକ ବଡ଼ ଷଡଯନ୍ତ୍ର କରି ଗିରଫ କରାଯାଇଛି ।

ସୂଚନାନୁଯାୟୀ , ସେ କହିଛନ୍ତି, Magunta Sreenivasulu Reddy ନାମକ ଜଣେ ବ୍ୟକ୍ତି ଅଛନ୍ତି, ଯିଏ ୩ଟି ବୟାନ ଦେଇଥିବା ବେଳେ ତାଙ୍କ ପୁଅ ରାଘବ ରେଡ୍ଡୀ ୭ଟି ବୟାନ ଦେଇଛନ୍ତି । ସେତେବେଳେ ସେ ସତ କହିଥିଲେ ଏବଂ କହିଥିଲେ ଯେ ସେ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି, କିନ୍ତୁ ଚ୍ୟାରିଟେବଲ୍ ଟ୍ରଷ୍ଟ ଜମି ବିଷୟରେ। ଏହା ପରେ ତାଙ୍କ ପୁଅକୁ ଗିରଫ କରାଯାଇଥିଲା ଏବଂ ୫ ମାସ ଜେଲରେ ରଖାଯାଇଥିଲା । ଯାହା ପରେ ତାଙ୍କ ବାପାଙ୍କ ବୟାନ ପରିବର୍ତ୍ତନ ହୋଇଯାଇଥିଲା । ୧୦ ଫେବୃଆରୀରୁ ୧୬ଜୁଲାଇ ପର୍ଯ୍ୟନ୍ତ ରାଘବ ରେଡ୍ଡୀଙ୍କର ୭ଟି ବୟାନ ନିଆଯାଇଥିଲା ।

Related posts

ମୋବାଇଲ କଂଗ୍ରେସ ପ୍ରଦର୍ଶନୀ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ 

mahabharatanews

ଏହି ବର୍ଷ ଚନ୍ଦ୍ରରେ ପାଦ ରଖିବେ ଭାରତୀୟ  

mahabharatanews

୨୦ରେ ରିଲିଜ ହେବ ଫିଲ୍ମ ‘ସାବାସ୍‌ ମିଠୁ’ର ଟ୍ରେଲର୍‌

mahabharatanews