ଓଡିଶା

ଅଚାନକ ବିଗିଡ଼ିଲା  ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟବସ୍ଥା  

(ଦିଲ୍ଲୀ) : ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ । ଇଡି ହେପାଜତରେ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିବା ନେଇ ସୂଚନା ରହିଛି । ତାଙ୍କ ସୁଗାର ଲେବଲ୍ ହଠାତ୍ କମିବାରେ ଲାଗିଛି । ସିଏମ କେଜ୍ରିୱାଲଙ୍କ ସୁଗାର ଲେବଲ୍ ୪୬କୁ ଖସି ଆସିଛି। ତେବେ ଏହା ବିପଜ୍ୱନକ ବୋଲି ଡାକ୍ତରମାନେ କହିଛନ୍ତି।

ସୂଚନାନୁଯାୟୀ , ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଅଶାନ୍ତ ଦିଲ୍ଲୀ । ମଙ୍ଗଳବାର ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବା ପାଇଁ ରାସ୍ତାରେ ବିକ୍ଷୋବ ପ୍ରଦର୍ଶନ କରୁଥିବାର ଦେଖିବା ପାଇଁ ମିଳିଛି । ଅରବିନ୍ଦ ମଙ୍ଗଳବାର ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କୁ ଏହା ସୁନିଶ୍ଚିତ କରିଛନ୍ତି କି ହସ୍ପିଟାଲ ଓ କ୍ଲିନିକରେ ଲୋକଙ୍କୁ ମାଗଣାରେ ଔଷଧ ମିଳିବା ଜାରି ରହିଥାଉ ।

Related posts

ଆନ୍ଧ୍ରରେ ଅଟକିଛନ୍ତି ୪୨ ଛାତ୍ର ଛାତ୍ରୀ

mahabharatanews

ବିପଦ ସଙ୍କେତ ଉପରେ ବୈତରଣୀ ନଦୀ, ଚିନ୍ତାରେ ତଳିଆ ଅଞ୍ଚଳ ଲୋକେ

mahabharatanews

ତଦନ୍ତରେ ଉକ୍ରର୍ଷତା ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପଦକ ଘୋଷଣା

mahabharatanews