ମନୋରଞ୍ଜନ

ବିବାହ ବନ୍ଧନରେ ବାନ୍ଧି ହେଲେ ଆଦିତି ଏବଂ ସିଦ୍ଧାର୍ଥ

(ମୁମ୍ବାଇ) : ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ଅଭିନେତ୍ରୀ ଆଦିତି ରାଓ ହାଇଦରୀ ଏବଂ ଅଭିନେତା ସିଦ୍ଧାର୍ଥ। କିଛି ବର୍ଷ ହେବ ଦୁହେଁ ପରସ୍ପରରୁ ଡେଟ୍ କରୁଥିବା ବେଳେ ଏବେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପାରମ୍ପାରିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ତାମିଲନାଡୁର ପୁରୋହିତମାନଙ୍କୁ ସେମାନଙ୍କ ବିବାହ ପାଇଁ ଡକାଯାଇଥିଲା, ଯେଉଁଠାରେ ଉଭୟେ ବିବାହ କରିଥିଲେ।

ସୂଚନାନୁଯାୟୀ , ଦୁହେଁ ତେଲେଙ୍ଗାନାର ରଙ୍ଗନାଥ ସ୍ବାମୀ ମନ୍ଦିରରେ ବିବାହ କରିଛନ୍ତି । ଉଭୟ ଆଦିତି ଓ ସିଦ୍ଧାର୍ଥ ପୂର୍ବରୁ ବିବାହିତ ଥିଲେ। ଏହା ସେମାନଙ୍କ ଦ୍ବିତୀୟ ବିବାହ। ଆଦିତି ଏହା ପୂର୍ବରୁ ଅଭିନେତା ସତ୍ୟଦୀପ ମିଶ୍ରାଙ୍କୁ ବିବାହ କରିଥିଲେ। ହେଲେ ପରେ ଦୁହିଁଙ୍କ ଛାଡ଼ପତ୍ର ହୋଇଥିଲା। ସେହିଭଳି ସିଦ୍ଧାର୍ଥ ମେଘନା ନାରାୟଣଙ୍କୁ ୨୦୦୩ରେ ବିବାହ କରିଥିଲେ। ହେଲେ ୨୦୦୭ରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ।

Related posts

ଓଟିଟିରେ ରଣବୀରଙ୍କ ଫିଲ୍ମ ‘ଆନିମଲ’

mahabharatanews

ଧମାଲ ମଚାଉଛି ଫିଲ୍ମ ‘ ସାଲାର’

mahabharatanews

ଗୁଜବକୁ ନେଇ ମୁହଁ ଖୋଲିଲେ ଅଭିନେତା ବିବେକ ଦହିୟା

mahabharatanews