ମନୋରଞ୍ଜନ

‘ଡିପ୍‌ ଫେକ୍‌’ ଭିଡିଓ ମାମଲା : ବିହାରର ୧୯ ବର୍ଷର ଯୁବକକୁ ଜେରା

(ମୁମ୍ବାଇ) : ସୋସିଆଲ ମିଡିଆରେ ବ୍ୟାପକ ଭାବେ ପ୍ରସାରିତ ହୋଇଥିବା ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ‘ଡିପ୍‌ ଫେକ୍‌’ ଭିଡିଓ ପ୍ରସଂଗରେ ଦିଲ୍ଲୀ ପୁଲିସ ବିହାରର ୧୯ ବର୍ଷ ବୟସ୍କ ଜଣେ ଯୁବକଙ୍କୁ ପଚରାଉଚରା କରିଛି ବୋଲି ଅଧିକାରୀମାନେ ବୁଧବାର ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ , ଯୁବକ ପ୍ରଥମେ ଏହି ଭିଡିଓକୁ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅପଲୋଡ୍ କରିଥିଲେ ଏବଂ ପରେ ଏହାକୁ ଅନ୍ୟ ପ୍ଲାଟଫର୍ମରେ ବହୁଳ ଭାବରେ ସେୟାର କରିଥିଲେ। ନଭେମ୍ବର ୧୦ ତାରିଖରେ, ଭାରତୀୟ ଦଣ୍ଡ ସଂହିତା ଧାରା ୪୬୫ ଏବଂ ୪୬୯ ଏବଂ ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଆଣ୍ଡ ଷ୍ଟ୍ରାଟେଜିକ୍ ଅପରେସନ୍ସ (ଆଇଏଫ୍‌ଏସ୍‌ଓ) ରେ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ୬୬ସି ଏବଂ ୬୬ଇ ଅନୁଯାୟୀ ଏକ ଏଫ୍‌ଆଇଆର୍‌ ପଞ୍ଜିକୃତ ହୋଇଥିଲା। ତେବେ ମଙ୍ଗଳବାର ପୁଲିସ କହିଛି ଯେ ଏହି ମାମଲାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ। ଧରାପଡ଼ିଥିବା ଯୁବକ ଜଣକ କହିଛନ୍ତି ଯେ ସେ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଭିଡିଓ ଡାଉନଲୋଡ୍ କରିଥିଲେ। ହେଲେ ବି ପୁଲିସ୍‌ ତାଙ୍କୁ ପଚରାଉଚରା କରୁଛି।

Related posts

ସାମ୍ନାକୁ ଆସିଲା  ଧୋନିଙ୍କ ପ୍ରଯୋଜିତ ପ୍ରଥମ ସିନେମା ‘ଏଲ୍‌‌ଜିଏମ୍‌’

mahabharatanews

କମିଲା ଫିଲ୍ମ ‘ଆଦିପୁରୁଷ’ର ଟିକେଟ୍‌ ମୂଲ୍ୟ

mahabharatanews

ସରିଲା ଅଭିନେତା ପୁଲକିତ ଓ କ୍ରିତିଙ୍କ ନିର୍ବନ୍ଧ

mahabharatanews