ମନୋରଞ୍ଜନ

ସାମ୍ନାକୁ ଆସିଲା  ଧୋନିଙ୍କ ପ୍ରଯୋଜିତ ପ୍ରଥମ ସିନେମା ‘ଏଲ୍‌‌ଜିଏମ୍‌’

(ମୁମ୍ବାଇ) : ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଭାରତୀୟ କ୍ରିକେଟ୍‌ ଦଳର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବେ ସିନେମା ଦୁନିଆରେ ପାଦ ଥାପିଛନ୍ତି। ଧୋନି ଏଣ୍ଟରଟେନ୍‌ମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ନାମରେ ପ୍ରଡକ୍ସନ୍‌ ବ୍ୟାନର ଆରମ୍ଭ କରିଥିଲା ବେଳେ ତାଙ୍କ ପ୍ରଯୋଜନାରେ ପ୍ରଥମ ସିନେମା ‘ଏଲ୍‌ଜିଏମ୍‌’ର ଅଡିଓ ଓ ଟ୍ରେଲର୍‌ ମୁକ୍ତିଲାଭ କରିଛି।

ସୂଚନାନୁଯାୟୀ , ଏହି ମୁକ୍ତିଲାଭ ପାଇଁ ‌ଚେନ୍ନାଇର ଲିଲା ପ୍ୟାଲେସ୍‌ ହୋଟେଲ୍‌ରେ ହୋଇଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଧୋନିଙ୍କ ସହ ପତ୍ନୀ ସାକ୍ଷୀ ମଧ୍ୟ ଉପସ୍ଥିତ ଥିଲେ। ଏହି ମୁକ୍ତିଲାଭ କାର୍ଯ୍ୟକ୍ରମରେ ଲୋକପ୍ରିୟ ଅଭିନେତା ଯୋଗୀ ବାବୁ ତାଙ୍କୁ ସିଏସ୍‌କେ ଦଳରେ ନେବା ପାଇଁ ଧୋନିଙ୍କୁ କହିଥିଲେ। ଧୋନି ମଧ୍ୟ ଏହାର ଜବାବ ରଖିବାକୁ ଯାଇ କହିଥିଲେ ଯେ, ରାୟୁଡୁ ଅବସର ନେବା ପରେ ତାଙ୍କ ସ୍ଥାନ ଖାଲି ପଡ଼ିଛି।

Related posts

ଭାଇରଲ ହେଲା ସାରା ଓ ରାକ୍ଷୀଙ୍କ ଝଗଡା

mahabharatanews

ଏକା ସଙ୍ଗେ ଆସିବାକୁ ଯାଉଛନ୍ତି ଖାନ୍ ବ୍ରଦର୍ସ

mahabharatanews

କ୍ରିକେଟ ଧାୱନ ଏବେ ସିନେମାରେ

mahabharatanews