Accidentଭାରତ

ରାଜଧାନୀରେ ଆଉ ଏକ ଅଘଟଣ : ଦୋକାନରେ ନିଆଁ ଲାଗି ୬ ଆହତ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରୁ କ୍ରମାଗତ ଭାବରେ କିଛି ନା କିଛି ଅଘଟଣର ଖବର ଆସୁଛି । ଦୁଇ ଦିନ ପୂର୍ବରୁ ଓଲ୍ଡ ରାଜେନ୍ଦ୍ର ନଗରରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଖବର ଆସିଥିଲା, ଆଉ ଏବେ ରାଜଧାନୀର INA  ମାର୍କେଟରେ ନିଆଁ ଲାଗିବା ଖବର ସାମ୍ନାକୁ ଆସିଛି। ଦିଲ୍ଲୀର INA  ମାର୍କେଟରେ ଥିବା ଏକ ଫାଷ୍ଟଫୁଡ୍ ଦୋକାନ ଏବଂ ରେଷ୍ଟୁରାଣ୍ଟରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି । ଏହି ଅଗ୍ନିକାଣ୍ଡରେ ଦୋକାନଟି ସମ୍ପୂର୍ଣ୍ଣ ଭାବେ ପୋଡି ଯାଇଥିବା ବେଳେ ରୁ ୬ ଜଣ ଆହତ ହୋଇଥିବା ସୂଚନା ରହିଛି ।

ଆଜି ଭୋର ୩ଟା ୨୦ ମିନିଟ୍ରେ ଗୋଟିଏ ଚାଇନିଜ୍ ଫୁଡ୍ କର୍ଣ୍ଣର ଓ ଏକ ରେଷ୍ଟୁରାଣ୍ଟରେ ନିଆଁ ଲାଗିଥିବା ଜଣାପଡ଼ିଛି । ଆହତଙ୍କ ମଧ୍ୟରେ ରେଷ୍ଟୁରାଣ୍ଟ ମାଲିକ ମଧ୍ୟ ସାମିଲ ଥିବା କୁହାଯାଉଛି। ଅଗ୍ନିକାଣ୍ଡ ଯୋଗୁ ପୂରା ରେଷ୍ଟୁରାଣ୍ଟଟି ଜଳି ପୋଡି ପାଉଁଶ ହୋଇଯାଇଛି। ସୂଚନା ମିଳିବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୮ଟି ଗାଡି ପହଞ୍ଚି ନିଆଁ ଲିଭାଇବା ପାଇଁ ଚେଷ୍ଟା ଚାରି ରଖିଛନ୍ତି।

ଅଗ୍ନିକାଣ୍ଡ ଯୋଗୁ ୪ରୁ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡର କାରଣ ଏପର୍ୟ୍ୟନ୍ତ ଜଣା ପଡିନାହିଁ।

Related posts

ସାଧାରଣ ନିର୍ବାଚନ; ଆକାଶବାଣୀ ଓ ଦୂରଦର୍ଶନରେ ପ୍ରଚାର ପାଇଁ ମିଳିଲା ସମୟ

mahabharatanews

ରାଷ୍ଟ୍ରପତିଙ୍କ ଠାରୁ ସର୍ବୋଚ୍ଚ ସମ୍ମାନ ଗ୍ରହଣ କଲେ ପୂର୍ବତନ କ୍ୟାପଟେନ୍ ରୋହିତ ଶର୍ମା ।

mahabharatanews

ସତର୍କ ସୂଚନା ଜାରି କଲା ଦିଲ୍ଲୀ ପୋଲିସ

mahabharatanews