ଭାରତରାଜନୀତି

ହାଇକୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଝଟକା, ଜେଲରେ ରହିବେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଅଡ଼ୁଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଜାମିନ୍ ମିଳିବା ପ୍ରସଙ୍ଗକୁ ନେଇ କେଜ୍ରିୱାଲଙ୍କୁ ହାଇକୋର୍ଟରୁ ଝଟକା ଲାଗିଛି । ଦିଲ୍ଲୀ ହାଇକୋର୍ଟ ନିମ୍ନ ଅଦାଲତରୁ ମିଳିଥିବା ଜାମିନ ଆବେଦନ ଉପରେ ଦେଇଥିବା ରାୟ ଉପରେ ରୋକ ଲଗାଇଛନ୍ତି । ଏହା ପରେ ଏବେ ଜେଲରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।
ନିକଟରେ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ନିମ୍ନ ଅଦାଲତ ଜାମିନ ପ୍ରଦାନ କରିଥିଲେ । ଏହାକୁ ନେଇ ଇଡି ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ଜଷ୍ଟିସ ସୁଧୀର କୁମାର ଜୈନଙ୍କ ଖଣ୍ଡପୀଠ ରାଉଜ ଆଭିନ୍ୟୁ କୋର୍ଟର ଫୈସଲା ଉପରେ ରୋକ ଲଗାଇଛନ୍ତି । କୋର୍ଟ ଏହି ମାମଲରେ ଶୁଣାଣି କରି କହିଛନ୍ତି ଯେ, ତଳ କୋର୍ଟ ଅକାଶକାଳୀନ ବେଞ୍ଚ କେଜୟିୱାଲଙ୍କୁ ଜାମିନ୍ ଦେବା ସମୟରେ ନିଜ ବିବେକର ବ୍ୟବହାର କରିଥିଲେ । କିନ୍ତୁ ଇଡିର ଦସ୍ତାବିଜ ଉପରେ ଗୁରୁତ୍ୱ ଦେଇନଥିଲେ ତେଣୁ ତଳ କୋର୍ଟର ରାୟ ଉବପରେ ରୋକ ଲଗାଇଛନ୍ତି ହାଇକୋର୍ଟ ।
ସୂଚନା ଥାଉକି, ଦିଲ୍ଲୀର ମଦ ଦୁର୍ନୀତିରେ ଅର୍ଥ ହେରଫେର ମାମଲାରେ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ଗିରଫ କରାଯାଇଥିଲା । ନିକଟରେ ଲୋକସଭା ନିର୍ବାଚନରେ ପ୍ରଚାର କରିବା ପାଇଁ ତାଙ୍କୁ ସୁପ୍ରିମକୋର୍ଟରୁ ଜୁନ ୨ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଥିଲା । ଏହା ପରେ ସେ ଜୁନ୍ ୨ରେ ଆତ୍ମସମର୍ପଣ କରିଥିଲେ ।

 

Related posts

ବିଲେଇ ପାଇଁ କିଛି ସମୟ ବନ୍ଦ ହେଲେ ଆଇପିଏଲ !

mahabharatanews

ଆୟାରଲାଣ୍ଡ ଗସ୍ତରେ ହାର୍ଦ୍ଦିକ ପାଣ୍ଡିଆ

mahabharatanews

ଆମେରିକାର ନାଗରିକତା ହାସଲ କରିବାରେ ଭାରତ ଦ୍ୱିତୀୟ

mahabharatanews