ଓଡିଶାଭାରତ

ଦିଲ୍ଲୀରେ ଶୀତ ଲହରି ଜାରି 

 (ଦିଲ୍ଲୀ) :ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଜାତୀୟ ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଆସିଛି। କେବଳ ଦିଲ୍ଲୀ ନୁହେଁ ସମଗ୍ର ଉତ୍ତର ଭାରତରେ ଶୀତର ଏଭଳି ଅବସ୍ଥା। ଗଙ୍ଗା-ଯମୁନା ସମତଳ ଅଞ୍ଚଳରେ ମଧ୍ୟ ଶୀତ ଲହରି ଜାରି ରହିଥିବା ବେଳେ କେତେକ ଅଞ୍ଚଳରେ ଘନ କୁହୁଡ଼ି ଲାଗି ରହିଛି।

ସୂଚନାନୁଯାୟୀ , ପଞ୍ଜାବ, ହରିୟାଣା, ଉତ୍ତର ରାଜସ୍ଥାନ, ଉତ୍ତର ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଏପରିକି ବିହାର ଓ ଝାଡ଼ଖଣ୍ଡର କିଛି ଅଂଶ ଘନ କୁହୁଡ଼ି ଦ୍ବାରା ଆଚ୍ଛାଦିତ ହୋଇଛି। ଏହି କୁହୁଡ଼ି କେବଳ ଦୃଶ୍ୟମାନତାକୁ ବାଧା ଦେଉନାହିଁ, ବରଂ ସମଗ୍ର ଅଞ୍ଚଳରେ ପ୍ରବଳ ଥଣ୍ଡା ପରିସ୍ଥିତି ସୃଷ୍ଟି କରୁଛି। ଆଜି ସକାଳ ସାଢ଼େ ୫ଟାରେ ପୂର୍ବ ଉତ୍ତରପ୍ରଦେଶ, ପଶ୍ଚିମ ମଧ୍ୟପ୍ରଦେଶ ଓ ବିହାରର କେତେକ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ପଶ୍ଚିମ ଉତ୍ତରପ୍ରଦେଶ ଓ ରାଜସ୍ଥାନର କେତେକ ସ୍ଥାନରେ ଅତି ଘନ ବା ଘନ କୁହୁଡ଼ି ଏବଂ ଜମ୍ମୁ ଡିଭିଜନ, ହରିୟାଣା ଓ ପୂର୍ବ ମଧ୍ୟପ୍ରଦେଶର କେତେକ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି।

Related posts

ଡିଆଇଜିଙ୍କ ଦିନିକିଆ ଗସ୍ତ

mahabharatanews

 ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର

mahabharatanews

ପ୍ରାଣ ପ୍ରତିଷ୍ଠା ଉତ୍ସବ:  ୧୦୦ଟି ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟାନ୍

mahabharatanews