ଭାରତ

ଦିଲ୍ଲୀରେ ପ୍ରବଳ ଥଣ୍ଡା; ରେଡ ଆଲର୍ଟ ଜାରି

(ଦିଲ୍ଲୀ) : ଦିଲ୍ଲୀରେ ଏବେ ପ୍ରବଳ ଥଣ୍ଡା। ଆଜି ସକାଳେ ଦିଲ୍ଲୀର ତାପମାତ୍ରା ୩.୯ ଡିଗ୍ରି ସେଣ୍ଟିଗ୍ରେଡ ରେକର୍ଡ କରାଯାଇଛି, ଯାହାକି ଚଳିତ ଶୀତ ଋତୁର ସବୁଠୁ କମ୍‌ ତାପମାତ୍ରା। ପ୍ରବଳ କୁହୁଡ଼ି ଯୋଗୁ ଦିଲ୍ଲୀରେ ଦୃଶ୍ୟମାନତା ଆଦୌ ନାହିଁ। ଫଳରେ ବିମାନ ଏବଂ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶୀତ ଲହରି ଯୋଗୁ ଦିଲ୍ଲୀ, ପଞ୍ଜାବ ଏବଂ ହରିୟାଣା ପାଇଁ ରେଡ ଆଲର୍ଟ ଜାରି କରାଯାଇଛି।

ସୂଚନାନୁଯାୟୀ , ରବିବାର ବା ଜାନୁଆରି ୧୪ ପର୍ଯ୍ୟନ୍ତ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଘନ କୁହୁଡ଼ି ଯୋଗୁ ଦିଲ୍ଲୀକୁ ଆସୁଥିବା ୨୩ଟି ଟ୍ରେନ ୬ ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବ ହୋଇଛି। ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ‌ଦୃଶ୍ୟମାନତା ଶୂନସ୍ତରକୁ ଖସିଆସିଥିବାରୁ ବିମାନ ଚଳାଚଳ ବ୍ୟାହତ ହୋଇଛି। ବିମାନ ଉଡ଼ାଣ ଓ ଅବତରଣ ସଂପର୍କରେ ସୂଚନା ପାଇଁ ଯାତ୍ରୀମାନେ ସେମାନଙ୍କ ଏୟାରଲାଇନ୍ସ ସହ ଯୋଗାଯୋଗ ରଖିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ଆସନ୍ତା ୧୫ ତାରିଖ ସୁଦ୍ଧା ଦକ୍ଷିଣ ଭାରତରୁ ଉତ୍ତରପୂର୍ବ ମୌସୁମୀ ପ୍ରତ୍ୟାହାର ପାଇଁ ପାଗ ଅନୁକୂଳ ରହିଛି।

Related posts

ଆଜିଠୁ ସୁପ୍ରିମକୋର୍ଟଙ୍କ ଶୁଣାଣିର ହେବ ଲାଇଭ ଷ୍ଟ୍ରିମିଂ

mahabharatanews

୨୦୦ କୋଟି ଟଙ୍କା ସମ୍ପତ୍ତି ଦାନ କରି ଚର୍ଚ୍ଚାରେ ଦମ୍ପତି

mahabharatanews

୧୪ରେ  ପ୍ରାର୍ଥିପତ୍ର ପତ୍ର ଦାଖଲ କରିବେ ମୋଦି 

mahabharatanews