ଓଡିଶା

ଡେଙ୍ଗୁ ଆତଙ୍କ;  ସର୍ବାଧିକ କଟକରୁ ୫୦ ଚିହ୍ନଟ

(କଟକ) : ଦିନକୁ ଦିନ ମୁଣ୍ଡ ଟେକିବା ଆରମ୍ଭ କଲାଣି ଡେଙ୍ଗୁ ଆତଙ୍କ । ଏହାରି ଭିତରେ ଭୁବନେଶ୍ୱର ପରେ କଟକରେ ଡେଙ୍ଗୁ ନେଇଛି ପ୍ରଥମ ମୁଣ୍ଡ। ମୋଟ ୧୨୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟରେ ସର୍ବାଧିକ କଟକରୁ ୫୦ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଗତ୍‌ସିଂହପୁରରୁ ୧୪ଜଣ ଚିହ୍ନଟ ହୋଇଛନ୍ତି।

ସୂଚନାନୁଯାୟୀ , ଜିଲ୍ଲାର ବଡ଼ମ୍ବା ବ୍ଲକ୍‌ ଅନ୍ତର୍ଗତ ମୂଳିଆବାଙ୍କ ଗ୍ରାମର ଦୁର୍ଯ୍ୟୋଧନ ଦେହୁରୀଙ୍କ  ଗତକାଲି ରାତିରେ ମୃତ୍ୟୁ ଘଟିଛି। ତାଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ପଜିଟିଭ୍‌ ଆସିଥିଲା। ତାଙ୍କୁ ଜ୍ବର ଓ ଡେଙ୍ଗୁର ବିଭିନ୍ନ ଲକ୍ଷଣ ଦେଖାଦେଇଥିଲେ ସୁଦ୍ଧା ସେ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନା ନଆସି ବାହାରେ କ୍ବାକ୍‌ଙ୍କ ପାଖରେ ଚିକିତ୍ସା କରାଇଥିଲେ। ତେବେ ଗତରାତିରେ ତାଙ୍କୁ ବଡ଼ମ୍ବା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା।

Related posts

ଧରା ପଡିଲେ ୫ ନକଲି ଶିକ୍ଷକ

mahabharatanews

ହାତୀ ଶାବକର ମୃତଦେହ ଉଦ୍ଧାର

mahabharatanews

ବସ ଦୁର୍ଘଟଣାରେ  ବାଇକ ଆରୋହୀ ମୃତ, ଜଣେ ଗୁରୁତର

mahabharatanews