ଓଡିଶା

ଡେଙ୍ଗୁ ଆତଙ୍କ :  କେବଳ ଭୁବନେଶ୍ୱରରୁ ୨୦୦ ଆକ୍ରାନ୍ତ ଚିହ୍ନଟ 

(ଭୁବନେଶ୍ୱର) : ଧୀରେ ଧୀରେ ଘନେଇବାରେ ଲାଗିଛି ଡେଙ୍ଗୁ ଆତଙ୍କ ।  ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ଅଧିକା  । ୨ ଦିନରେ ୨ଜଣଙ୍କ ମୃତ୍ୟୁ ଅଭିଯୋଗ ଆସିବା ପରେ ଚାରିଆଡ଼େ ଆତଙ୍କ ସୃଷ୍ଟି ହୋଇଛି । କେବଳ ରାଜଧାନୀରେ ୨ ଶହରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ରାଜ୍ୟରେ ୧୮,୦୨୪ ଜଣଙ୍କର ହୋଇଛି ଡେଙ୍ଗୁ ପରୀକ୍ଷା। ୫୫୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ୩୩୬ ଜଣଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରେ ୨୦୦ରୁ ଅଧିକ ଡେଙ୍ଗୁରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ୨୬ ଜଣ ରୋଗୀ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

ବିଏମସି କମିସନର କହିଛନ୍ତି, ଡେଙ୍ଗୁ ସଂକ୍ରମଣ ରୋକିବା ପାଇଁ ଚିକିତ୍ସା ଅପେକ୍ଷା ସଚେତନ ବୃଦ୍ଧି ଅଧିକ ଜରୁରୀ ହୋଇ ପଡିଛି । ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଇଛି । ଭଙ୍ଗା ଟିଣ, ପୁରୁଣା ଟାୟାର, ଟାଙ୍କି ଆଦି ସଫା କରାଯାଉଛି । ଘର ଆଖପାଖ ଅଞ୍ଚଳକୁ ସଫା ରଖିବା ପାଇଁ ସଚେତନ କରାଯିବା ସହ ଧୂଆଁ ଓ ମଶାତେଲ ପକାଯାଉଛି । ଜ୍ଵର ହେଲେ ନ ଲୁଚାଇ ତୁରନ୍ତ ଡେଙ୍ଗୁ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି ବିଏମସି କମିସନର ।

Related posts

ଗୁଡ଼ି ଉଡ଼ାବେଳେ ଟ୍ରେନ ଧକ୍କାରେ ଚାଲିଗଲା ନାବାଳକର ଜୀବନ 

mahabharatanews

ପୁଣି ରାଜ୍ୟ ଦେଖିବ ବାବା ସାରଥିଙ୍କ ପ୍ରବଚନ ଆସର

mahabharatanews

ସ୍ଥଳଭାଗ ଛୁଇଁ ପାରେ ବାତ୍ୟା !

mahabharatanews