(ଭୁବନେଶ୍ୱର) : ରାଜ୍ୟରେ ଚଳିତବର୍ଷ ଅଣାୟତ୍ତ ହୋଇଯାଇଛି ଡେଙ୍ଗୁସ୍ତିତି । ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୮ହଜାର ମୁହାଁ ହୋଇଛି। କହିବାକୁ ଗଲେ ଚଳିତବର୍ଷ ରୋଗୀଙ୍କ ସଂଖ୍ୟା ୭୭୯୪ରେ ପହଞ୍ଚିସାରିଲେଣି। ବିଗତ ୫ବର୍ଷ ଭିତରେ ରାଜ୍ୟରେ ସର୍ବାଧିକ ଡେଙ୍ଗୁ ସଂକ୍ରମଣ ବୋଲି ଶୁଣିବାକୁ ମିଳୁଛି । ଚଳିତମାସ ମଧ୍ୟଭାଗ ସୁଦ୍ଧା ଓଡ଼ିଶା ଡେଙ୍ଗୁ ରୋଗୀଙ୍କ ତାଲିକାରେ ଦେଶରେ ଚତୁର୍ଥ ସ୍ଥାନରେ ରହିଛି।
ସୂଚନାନୁଯାୟୀ , ଓଡ଼ିଶା ଉପରେ କେରଳ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ରାଜ୍ୟ ରହିଛନ୍ତି। ଏବେ ଲଗାତାର ଭାବେ ବର୍ଷା ହେଉଥିବାରୁ ଆସନ୍ତା ୧ମାସ ପର୍ଯ୍ୟନ୍ତ ଡେଙ୍ଗୁ ସଂକ୍ରମଣ ଜାରି ରହିପାରେ ବୋଲି ସ୍ବାସ୍ଥ୍ୟ ବିଭାଗ ଅନୁମାନ କରୁଛି। ଏ ଦୃଷ୍ଟିରୁ ରାଜ୍ୟରେ ଚଳିତବର୍ଷ ୧ଲକ୍ଷ ୨ହଜାରରୁ ଅଧିକ ରକ୍ତ ନମୁନା ପରୀକ୍ଷା କରାଯାଇଛି। ଯାହାକି ଅନ୍ୟ ବର୍ଷ ତୁଳନାରେ ଯଥେଷ୍ଟ ଅଧିକ।