ଓଡିଶା

୮ହଜାର ମୁହାଁ ରାଜ୍ୟରେ ଡେଙ୍ଗୁ ସଂଖ୍ୟା   

(ଭୁବନେଶ୍ୱର) : ରାଜ୍ୟରେ ଚଳିତବର୍ଷ ଅଣାୟତ୍ତ ହୋଇଯାଇଛି ଡେଙ୍ଗୁସ୍ତିତି । ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୮ହଜାର ମୁହାଁ ହୋଇଛି। କହିବାକୁ ଗଲେ ଚଳିତବର୍ଷ ରୋଗୀଙ୍କ ସଂଖ୍ୟା ୭୭୯୪ରେ ପହଞ୍ଚିସାରିଲେଣି। ବିଗତ ୫ବର୍ଷ ଭିତରେ ରାଜ୍ୟରେ ସର୍ବାଧିକ ଡେଙ୍ଗୁ ସଂକ୍ରମଣ ବୋଲି ଶୁଣିବାକୁ ମିଳୁଛି । ଚଳିତମାସ ମଧ୍ୟଭାଗ ସୁଦ୍ଧା ଓଡ଼ିଶା ଡେଙ୍ଗୁ ରୋଗୀଙ୍କ ତାଲିକାରେ ଦେଶରେ ଚତୁର୍ଥ ସ୍ଥାନରେ ରହିଛି।

ସୂଚନାନୁଯାୟୀ , ଓଡ଼ିଶା ଉପରେ କେରଳ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ରାଜ୍ୟ ରହିଛନ୍ତି। ଏବେ ଲଗାତାର ଭାବେ ବର୍ଷା ହେଉଥିବାରୁ ଆସନ୍ତା ୧ମାସ ପର୍ଯ୍ୟନ୍ତ ଡେଙ୍ଗୁ ସଂକ୍ରମଣ ଜାରି ରହିପାରେ ବୋଲି ସ୍ବାସ୍ଥ୍ୟ ବିଭାଗ ଅନୁମାନ କରୁଛି। ଏ ଦୃଷ୍ଟିରୁ ରାଜ୍ୟରେ ଚଳିତବର୍ଷ ୧ଲକ୍ଷ ୨ହଜାରରୁ ଅଧିକ ରକ୍ତ ନମୁନା ପରୀକ୍ଷା କରାଯାଇଛି। ଯାହାକି ଅନ୍ୟ ବର୍ଷ ତୁଳନାରେ ଯଥେଷ୍ଟ ଅଧିକ।

 

Related posts

ଗୁରୁତର ଗୋରୁର ଫ୍ରେଣ୍ଡସ୍ ଗ୍ରୁପ୍ ପକ୍ଷରୁ ଚିକିତ୍ସା

mahabharatanews

ଅଜଣା ଜ୍ୱର ନେଲାଣି ୧୫ ଜୀବନ

mahabharatanews

ସର୍ବପୁରାତନ ରେଭେନ୍ସା କଲେଜିଏଟ ସ୍କୁଲ ହେବ ଐତିହ୍ୟ ସ୍କୁଲ

mahabharatanews