ଓଡିଶା

ଗୁରୁତର ଗୋରୁର ଫ୍ରେଣ୍ଡସ୍ ଗ୍ରୁପ୍ ପକ୍ଷରୁ ଚିକିତ୍ସା

ଜଳେଶ୍ୱର: ଭଦ୍ରକ ଜିଲ୍ଲାରେ କରୋନା ଭୟରେ ପ୍ରଶାସନିକ ଆଦେଶରେ ଦୋକାନ ବଜାର ବନ୍ଦ ହେବା ସହ ଜନଶୂନ୍ୟ ହୋଇଯାଇଥିଲା ବଜାର ସହର । ଏହି ସମୟରେ ଚରମ୍ଫା ଡ଼ଗରା ସାହି ରେଳ ଧାରଣା କଡ଼ରେ ଏକ ଗୋରୁ ଟ୍ରେନ ଧକ୍କାରେ ଗୁରୁତର ହୋଇ କ୍ଷତାକ୍ତ ଅବସ୍ଥାରେ ଛଟ୍ ପଟ୍ ହେଉଥିବାର ଦେଖିବାକୁ ମିଳିଥିଲା । ଜଣେ ଫ୍ରେଣ୍ଡସ୍ ଗ୍ରୁପ୍ ସଦସ୍ୟ ସେ ଫୋନ୍ ଯୋଗେ ସଂଗଠନ ମୁଖ୍ୟ ରଶ୍ମି ରଞ୍ଜନ ସାହୁଙ୍କୁ ଜଣାଇଥିଲେ । ଘଟଣା ସଂପର୍କରେ ଖବର ପାଇଁ ସ୍ୱେଚ୍ଛାସେବୀ ସଂଗଠନ ଫ୍ରେଣ୍ଡସ୍ ଗ୍ରୁପର ସମସ୍ତ ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ଗୁରୁତର ଗୋରୁଟିକୁ ଉଦ୍ଧାର କରି ଗାଡ଼ିରେ ପଶୁ ଚିକିତ୍ସାଳୟକୁ ନେଇଥିଲେ ସଂଗଠନର କର୍ମକର୍ତ୍ତା ସେଠାରେ ଚିକିତ୍ସା ପରେ ଗୋରିଟିକୁ ଗୋଶାଳାରେ ରଖାଯାଇଥିଲା ।

Related posts

ଜମିପଟ୍ଟା ପ୍ରଦାନ ଦାବିରେ ବସ୍ତିବାସିନ୍ଦାଙ୍କ ପ୍ରତିବାଦ

mahabharatanews

ବିଳମ୍ବିତ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ 

mahabharatanews

ଯୋଡ଼ାରେ ୧୪୪ ଧାରା ଜାରି

mahabharatanews