ଭାରତ

ଶୁଭାରମ୍ଭ ହେଲା “କ୍ରାୟୋ ଫର୍ ଗୁଡ୍” ଅଭିଯାନ

(ଗୁଜୁରାଟ) : ଗୁଜୁରାଟର ଅହମ୍ମଦବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପୁଅ ଓ ଝିଅଙ୍କ ମଧ୍ୟରେ ଲିଙ୍ଗଗତ ସମାନତା ଉପରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ “କ୍ରାୟୋ ଫର୍ ଗୁଡ୍(Criiio 4 Good)” ଅଭିଯାନର ଶୁଭାରମ୍ଭ ହୋଇଛି । ଏହି ଅଭିଯାନ କ୍ରୀଡାର ଶକ୍ତି ଏବଂ କ୍ରିକେଟର ଲୋକପ୍ରିୟତା ମାଧ୍ୟମରେ ଶିଶୁ କନ୍ୟାଙ୍କୁ ମାନଙ୍କୁ ସଶକ୍ତ କରିବା ସହ ଲିଙ୍ଗଗତ ସମାନତା ଉପରେ ସଚେତନତା ସୃଷ୍ଟି କରିବ ।

ସୂଚନାନୁଯାୟୀ ,  ଆଇସିସି, ବିସିସିଆଇ, ୟୁନିସେଫ ଏବଂ ଶିକ୍ଷା ମନ୍ତ୍ରଣାଳୟର ମିଳିତ ଭାଗିଦାରୀରେ ଏହି ଅଭିଯାନର ଶୁଭାରମ୍ଭ ହୋଇଛି । ୮ଟି ସିରିଜ୍ ବିଶିଷ୍ଟ କ୍ରିକେଟ୍ ଆଧାରିତ ଆନିମେସନ ଚଳଚ୍ଚିତ୍ର ମାଧ୍ୟରେ ଲିଙ୍ଗଗତ ସମାନତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଝିଅମାନଙ୍କୁ ଲାଇଫ ସ୍କିଲ୍ ସହ ଯୋଡିବା ଏବଂ କ୍ରୀଡାରେ ସେମାନଙ୍କର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଚନ୍ଦ୍ରାୟାନ-୩ ଅଭିଯାନରେ ଶତାଧିକ ମହିଳା ବୈଜ୍ଞାନିକଙ୍କ ଯୋଗଦାନ ରହିଛି । ନିକଟରେ ପ୍ରଧାନମନ୍ତ୍ରୀ ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହରେ ଉପସ୍ଥାପନ କରିବା ସହ ପାରିତ କରାଇଛନ୍ତି । ଦେଶ ଏବେ ମହିଳା ଆଧାରିତ ବିକାଶର ନେତୃତ୍ୱ ନେଉଛି । ଏହି କାର୍ଯ୍ୟକ୍ରମରେ ଭାରତୀୟ ମହିଳା କ୍ରିକେଟ ଦଳର ଉପ ଅଧିନାୟକ ସ୍ମୃତି ମାନ୍ଧନା, ବିସିଆଇର ସେକ୍ରେଟାରୀ ଜୟ ଶାହ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

କେଜ୍ରିୱାଲଙ୍କୁ ଭେଟିବା ପାଇଁ ଭଗବନ୍ତଙ୍କୁ ଅନୁମତି 

mahabharatanews

ବ୍ରିଟେନରେ ରାଘବ ଚଢା 

mahabharatanews

କେରଳରେ ପ୍ରବଳ ବର୍ଷା,୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି

mahabharatanews