ଓଡିଶା

ରାଜଧାନୀରେ ଡେଙ୍ଗୁ ଆତଙ୍କ,  ୧୭୫ ଜଣ ପଜିଟିଭ୍ ଚିହ୍ନଟ 

(ଭୁବନେଶ୍ୱର) : ରାଜଧାନୀ ଭୁବନେଶ୍ୱରରେ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ଆତଙ୍କ । ଡେଙ୍ଗୁ ସ୍ଥିତି ଜଟିଳ ହେଉଛି । ଆଇଆରସି ଭିଲେଜ, ସାଲିଆ ସାହି ଏବଂ ଓଲଡ ଟାଉନ ଡେଙ୍ଗୁ ପାଇଁ ହଟସ୍ପଷ୍ଟ ପାଲଟିଛି । ଏନେଇ ବିଏମସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

ସୂଚନାନୁଯାୟୀ ,ରାଜଧାନୀର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଚାଲିଛି । ରାଜଧାନୀରେ କିଛି କିଛି ସ୍ଥାନରେ ଡେଙ୍ଗୁ ବ୍ୟାପିଥିବା ଖବର ଅଛି । ତେଣୁ ଉକ୍ତ ଅଞ୍ଚଳରେ ଏହାର ବିସ୍ତାରକୁ ରୋକିବା ପାଇଁ ଫଗିଂ କରାଯାଉଛି ବୋଲି କହିଛନ୍ତି ଭୁବନେଶ୍ୱର ମେୟର୍ ସୁଲୋଚନା ଦାସ । ବର୍ଷା ପରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଡେଙ୍ଗୁ ରୋଗୀ । ଜୁନ୍ ୩୦ ସୁଦ୍ଧା ୧୭୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ୧୦ ହଜାର ୭୦୦ ଟେଷ୍ଟ ମଧ୍ୟରୁ ୧୭୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Related posts

କରୋନା କାଳରେ ରାଜ୍ୟ କରିଛି ୩୦୦ କୋଟିର ଘୋଟାଲା

mahabharatanews

 ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବଢିବ ତାପମାତ୍ରା

mahabharatanews

ଆସନ୍ତା ୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେବ ଶିମିଳିପାଳ ଅଭୟାରଣ୍ୟ

mahabharatanews