ଓଡିଶା

୨୧ ଯାଏଁ ଘନକୁହୁଡ଼ି

(ଭୁବନେଶ୍ୱର) : ରାଜ୍ୟରେ କମିଛି ତାପମାତ୍ରା । ଘନ କୁହୁଡ଼ି ବଳୟ ଯୋଗୁଁ ଦୃଶ୍ୟମାନ ଦୂରତା ମଧ୍ୟ କମୁଛି । ସକାଳୁ ସକାଳୁ ରାସ୍ତାଘାଟ ଦେଖାଯାଉନାହିଁ । ଆହୁରି ୩ଦିନ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ଏହା ବାଦ୍ ଆସନ୍ତା 25 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବ । ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି । ଏବେ ଫସଲ ଅମଳ ଚାଲିଥିବାରୁ ବର୍ଷା ଯୋଗୁ ଅମଳ କ୍ଷତିଗ୍ରସ୍ତ ହେବାର ଭୟ ଘନେଇଛି । ପୁଣି ମଣ୍ଡିରେ ଧାନ ସଂଗ୍ରହ ଚାଲିଥିବାରୁ ଖୋଲା ଆକାଶରେ ପଡ଼ିଥିବା ଧାନ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ସୂଚନାନୁଯାୟୀ , ଆଜି ଠାରୁ ୨୧ତାରିଖ ଯାଏଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳକୁ ଆଲର୍ଟ ଜାରି ହୋଇଛି । ଘନକୁହୁଡ଼ିକୁ ଦୃଷ୍ଟିରେ ରଖି ଅତ୍ୟାବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରିବହନ ଓ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଏଥିସହ ଦୁର୍ଘଟଣା ଏଡ଼ାଇବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।

 

Related posts

ଆଜି ବି ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ

mahabharatanews

ଛୁଟି ଦିନ ଖୋଲାରହିବ ଓଟି

mahabharatanews

ଟ୍ରେନ୍ ଧକ୍କାରେ ୧୨ରୁ ଉର୍ଦ୍ଧ୍ୱ ମୃତ, ୨ ଗୁରୁତର

mahabharatanews