ଓଡିଶା

ଅବପାତର ରୂପ ନେଲା ଲଘୁଚାପ

ଅବପାତର ରୂପ ନେଲା ଲଘୁଚାପ । ଆଗାମୀ ୬ ଘଣ୍ଟା ମଧ୍ୟରେ ଘନିଭୁତ ହୋଇ ଗଭୀର ଅବପାତ ରେ ପରିଣତ ହେବ ଅବପାତ । ଆଇଏମଡି ଡିଜି ବତାଇଲେ ଗତିପଥର ଦିଗ । ସଂଧ୍ୟାରେ ବାଲେଶ୍ୱର ଓ ସାଗର ଆଇଲ୍ୟାଣ୍ଡ ଦେଇ କରିବ । ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶ ଦେଇ ଯିବ ଅବପାତ । ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼କୁ ଗତି କରି ଦୁର୍ବଳ ହେବ ନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ଏହା ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ଜାରି ରହଛି ବର୍ଷା ।୪ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ; ୧୨ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି । ବିଳମ୍ବିତ ରାତିରୁ ବିଭିନ୍ନ ସ୍ଥାନରେ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକାଳେ ଅବପାତର ରୂପ ନେଇଛି । ଏହା ପୂର୍ବରୁ ରାତିରୁ ବର୍ଷା ହେଉଛି ।

ଆଜିଠୁ ଦୁଇ ଦିନ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ରହିଛି । କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢ଼େଙ୍କାନାଳ, ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ଼, ସମ୍ବଲପୁର,ସୋନପୁର, ବୌଦ୍ଧ, ବଲାଙ୍ଗୀର, ଯାଜପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି,କନ୍ଧମାଳ, ଗଞ୍ଜାମ, ନୟାଗଡ଼,ଖୋର୍ଦ୍ଧା, ପୁରୀକୁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ ।

Related posts

ମେଡିକାଲ କଲେଜ ଦାବିରେ ୧୮ରେ କଂଗ୍ରେସର ଆନ୍ଦୋଳନ ଡାକରା

mahabharatanews

ତୁରନ୍ତ ଋଣ ଶୁଝିବାକୁ ଏସଏଚଜି ଗ୍ରୁପ ମହିଳାଙ୍କୁ ଫାଇନାନ୍ସ କମ୍ପାନୀର ଧମକ

mahabharatanews

୨ ତାରିଖରୁ ପୁଣି ବର୍ଷା ସହ ଘଡ଼ଘଡ଼ି

mahabharatanews